ଅଯୋଧ୍ୟାରେ ଘର କରିବେ ଅମିତାଭ ବଚ୍ଚନ ! ପ୍ରାଣ ପ୍ରତିଷ୍ଠା ପୂର୍ବରୁ ୧୪.୫ କୋଟି ଟଙ୍କାର ପ୍ଲଟ କିଣିଲେ

ଅଯୋଧ୍ୟାରେ ଜାଗା କିଣିଛନ୍ତି ଅମିତାଭ ବଚ୍ଚନ। ଅଯୋଧ୍ୟାରେ ଘର ନିର୍ମାଣ କରିବା ୧୪.୫ କୋଟି ଟଙ୍କା ପ୍ଲଟ କିଣିଛନ୍ତି । ଖବର ମୁତାବକ, ଅମିତାଭ ବଚ୍ଚନ ମୁମ୍ବାଇର ସ୍ଥିତ ଡେଭଲପର ହାଉସ ଅଫ ଅଭିନନ୍ଦନ ଲୋଢାରୁ ୭ ଷ୍ଟାର ଏନକ୍ଲେଭ ଦ ସରଜୁରେ ପ୍ଲଟ କିଣିଛନ୍ତି ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଅମିତାଭ ବଚ୍ଚନ ଅଯୋଧ୍ୟାରେ ଜାଗା କିଣିଛନ୍ତି । ଅଯୋଧ୍ୟାରେ ଘର ନିର୍ମାଣ କରିବା ୧୪.୫ କୋଟି ଟଙ୍କା ପ୍ଲଟ କିଣିଛନ୍ତି । ଖବର ମୁତାବକ, ଅମିତାଭ ବଚ୍ଚନ ମୁମ୍ବାଇର ସ୍ଥିତ ଡେଭଲପର ହାଉସ ଅଫ ଅଭିନନ୍ଦନ ଲୋଢାରୁ ୭ ଷ୍ଟାର ଏନକ୍ଲେଭ ଦ ସରଜୁରେ ପ୍ଲଟ କିଣିଛନ୍ତି । ୧୦ ବର୍ଗଫୁଟ ଅଞ୍ଚଳରେ ଏହି ଘର କିଣିଛନ୍ତି ।

ଦ ସରଜୁ ୨୨ ତାରିଖଷର ଉଦ୍‌ଘାଟନ ହେବ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଦିନ ଏହା ଉଦ୍‌ଘାଟନ ହେବ । ବଚ୍ଚନ କିଣିଥିବା ପ୍ଲଟ୍ ଆକାର ଓ ମୂଲ୍ୟ ବିଷୟରେ କୌଣସି ସୂଚନା ଦେବାକୁ ‘ଦି ହାଉସ୍ ଅଫ୍ ଅଭିନନ୍ଦନ ଲୋଢ଼ା’ ମନା କରିଦେଇଛନ୍ତି । କିନ୍ତୁ ଖବର ମୁତାବକ, ବଚ୍ଚନ ଯେଉଁ ପ୍ଲଟ୍ରେ ଘର ତିଆରି କରିବେ ତାହା ପ୍ରାୟ ୧୦,୦୦୦ ବର୍ଗ ଫୁଟ୍ ହେବ । ଯାହାର ଦାମ୍‌ ୧୪.୫ କୋଟି ଟଙ୍କା ରହିଛି।

ଏହାକୁ ନେଇ ଅମିତାଭ ବଚ୍ଚନ କହିଛନ୍ତି, ଅଯୋଧ୍ୟାରେ ଦ ସରଜୁ ପାଇଁ ଦ ହାଉସ ଅଫ ଅଭିନନ୍ଦନ ଲୋଢା ସହିତ ଯାତ୍ରା ଆରମ୍ଭ କରି ବହୁତ ଖୁସି ରହିଛି । ଏହା ଏମିତି ଏକ ସହର, ଯାହା ମୋ ହୃଦୟରେ ବିଶେଷ ସ୍ଥାନ ରଖିଛି । ଅଯୋଧ୍ୟାର ଆଧ୍ୟାତ୍ମିକତା ଏବଂ ସାଂସ୍କୃତିକ ସମୃଦ୍ଧି, ଭୌଗଳିକ ସୀମା ସହିତ ଭାବନା ଜଡିତ ରହିଛି ।

ସୂଚନାଯୋଗ୍ୟ, ଅମିତାଭ ବଚ୍ଚନଙ୍କ ଜନ୍ମ ପ୍ରୟାଗରାଜରେ ହୋଇଥିଲା । ରାମ ମନ୍ଦିର ଠାରୁ ମାତ୍ର ୧୫ ମିନିଟ ଦୂରରେ ପ୍ଲଟ କିଣିଛନ୍ତି ଅମିତାଭ ବଚ୍ଚନ । ଅମିତାଭଙ୍କ ପାଖରେ ଅନେକ ପ୍ରୋଜେକ୍ଟ ରହିଛି । ପ୍ରଭାସଙ୍କ ସହିତ କ୍ଲିକ୍‌ ୨୮୯୮ ଏଡିରେ ନଜର ଆସିବେ ବିଗ ବି । ଏହାସହିତ ରଜନୀକାନ୍ତଙ୍କ ସହିତ ଫିଲ୍ମରେ ମଧ୍ୟ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.