Below header

ଝଲସୁଛି ଶ୍ରୀକ୍ଷେତ୍ର: ଅଠର ନଳା ଠାରୁ ଶ୍ରୀମନ୍ଦିର ଯୁଆଡ଼େ ଚାହିଁଲେ ନୂଆ ନୂଆ ଦିଶୁଛି

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି କେମିତି ଝଲସୁଛି ଶ୍ରୀକ୍ଷେତ୍ର । ଶ୍ରୀଦାଣ୍ଡରୁ ଶ୍ରୀମନ୍ଦିର ସବୁଠୁ ଚାକଚକ୍ୟ ସାଜସଜ୍ଜା ।

ପୁରୀ(କେନ୍ୟୁଜ): ଶ୍ରୀକ୍ଷେତ୍ର ଉତ୍ସବମୁଖର । ଆଜି ସକାଳ ସାଢ଼େ ୭ଟାରେ ଅଖଣ୍ଡଦୀପ ସ୍ଥାପନ, ସନ୍ଧ୍ୟା ୬ଟା ଭିତରେ ପଞ୍ଚକର୍ମ ସରିବ । ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ ହେବ । ୧୬ରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ଶାଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ ହେବ । ୧୭ ତାରିଖ ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଯିବ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ । ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶୁଭ ମୁହୂର୍ତ୍ତରେ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଦିନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଯଜ୍ଞ ପୂର୍ଣ୍ଣାହୂତି ଦେବେ । ଅପରାହ୍ନ ୩ଟା ପରେ ପରିକ୍ରମା ମାର୍ଗକୁ ଯାଇପାରିବେ ସାଧାରଣ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତେବେ ଏହି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି କେମିତି ଝଲସୁଛି ଶ୍ରୀକ୍ଷେତ୍ର । ଶ୍ରୀଦାଣ୍ଡରୁ ଶ୍ରୀମନ୍ଦିର ସବୁଠୁ ଚାକଚକ୍ୟ ସାଜସଜ୍ଜା । ଯୁଆଡ଼େ ଚାହିଁଲେ ନୂଆ ନୂଆ ଦିଶୁଛି । ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି ଶ୍ରୀମନ୍ଦିର, ପରିକ୍ରମା ପ୍ରକଳ୍ପ ସହ ଶ୍ରୀକ୍ଷେତ୍ରର ପରିପାଟ୍ଟୀ । ସିଂହଦ୍ବାରରୁ ମଠ ମନ୍ଦିର ସବୁଠୁ ଆଧ୍ୟାତ୍ମିକ ବାତାବରଣ । ପୁରୀର ପ୍ରବେଶ ପଥଠୁ ଆରମ୍ଭ କରି ସାହି ଗଳିରେ ଲୋକାର୍ପଣ ଉତ୍ସବର ଛିଟା ଦେଖିବାକୁ ମିଳିଛି । ଅଠର ନଳା ଠାରୁ ମାଉସୀ ମା ମନ୍ଦିର ରାତି ହେଲେ ଝଲସି ଉଠୁଛି ଚର୍ତୁଦିଗ । ସୁନ୍ଦର ଆଲୋକାମାଳାରେ ସଜେଇ ହେଉଛି ବଡ଼ଦାଣ୍ଡ ସହ ପୁରୀର ରାସ୍ତାଘାଟ, ଗଳିକନ୍ଦି । ରାତି ଲାଗୁଛି ଦିନ ଭଳି । ଶ୍ରୀମନ୍ଦିରର ମନଲୋଭା ଦୃଶ୍ୟ ଭକ୍ତ ଓ ପର୍ଯ୍ୟଟକଙ୍କୁ ବିଭୋର କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.