Below header

ଆଇଏନ୍‌ଏସ୍‌ ଚିଲିକାରେ ନୌସେନା ଓ ତଟରକ୍ଷା ବାହିନୀର ପାସିଙ୍ଗ ଆଉଟ ପରେଡ୍‌ ଉତ୍ସବ, ପ୍ରଶିକ୍ଷାର୍ଥୀମାନଙ୍କୁ ଦିଆଗଲା ମେଡାଲ ଓ ଟ୍ରଫି

ଆଇଏନ୍‌ଏସ୍‌ ଚିଲିକାରେ ଥିବା ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ପ୍ରଶିକ୍ଷଣ ଶିବିରରେ ପାଳିତ ହୋଇଛି ପାସିଂ ଆଉଟ୍‌ ପରେଡ୍‌ ଉତ୍ସବ । ପରେଡ୍‌ରେ ୨୯୮୨ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ । ଏହି ଉତ୍ସବରେ ନୌସେନା କମାଣ୍ଡାଣ୍ଟ ମୁଖ୍ୟ ଭାଇସ୍‌ ଆଡମିରାଲ ଅତୁଲ କୁମାର ଜୈନ ଯୋଗ ଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରିଥିଲେ । ସେମାନଙ୍କୁ କର୍ମ କ୍ଷେତ୍ରରେ କର୍ମକୁଶଳୀ ହେବା ଲାଗି ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଏସ୍‌ଏସ୍‌ଆରଭି ଭି. ଭୌଦରିଆ, ଏମ୍‌ଆର୍‌ ତୁଷାର ଖଡ଼ଗେ, ଭାରତୀୟ ନୌସେନାର ଆଶିଷ କୁମାର, ନାବିକ ସୁରେଶ କୁମାର ଏମ୍‌ ଓ ଡି.ବି ପ୍ରମୁଖ ତଟରକ୍ଷୀ ବାହିନୀର ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ଭାବେ ବିବେଚିତ ହୋଇଥିଲେ । ଏହି ଉତ୍ସବରେ ଦେଶର କୋଣ ଅନୁକୋଣରୁ ପ୍ରଶିକ୍ଷାର୍ଥୀଙ୍କ ଅଭିଭାବକମାନେ ମଧ୍ୟ ଯୋଗ ଦେଇଥିଲେ । ପାସିଂ ଆଉଟ୍‌ ପରେଡ୍‌ ଖୁବ୍‌ ଆକର୍ଷଣୀୟ ହୋଇଥିଲା ।

INS CHILIKA-1
ପୂର୍ବ ଦିନ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଏକ ବିଦୟୀ ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ନୌସେନା ଓ ତଟରକ୍ଷୀ ବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଦ୍ୱିଭାଷୀ ‘ଅଙ୍କୁର’ ପୁସ୍ତିକାର ଗ୍ରୀଷ୍ମ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବରେ ଭାଇସ୍‌ ଆଡମିରାଲ ଅତୁଲ ଜୈନଙ୍କ ସମେତ ନୌସେନା ମହିଳା କଲ୍ୟାଣ ସମିତି ସଭାପତି ଶ୍ରୀମତୀ ଦେବିନା ଜୈନ, ଆଇଏନ୍‌ଏସ୍‌ ଚିଲିକାର କମାଣ ଅଧିକାରୀ କମୋଡର ଋତୁରାଜ ସାହୁ ଏବଂ ଚିଲିକା ନୌସେନା ମହିଳା କଲ୍ୟାଣ ସମିତିର ସଭାପତି ଶ୍ରୀମତୀ ସଂଗୀତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.