ଗଜପତି: ଟ୍ରାକ୍ଟରରେ ଫେରୁଥିଲେ ଗାଁକୁ, ଅଧାବାଟରେ ଡାଲା ଓଲଟି ଜଣେ ମୃତ ୭ରୁ ଊର୍ଦ୍ଧ୍ୱ ଗୁରୁତର

ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ  ଶୋବରା ଗ୍ରାମ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ମୃତ ୭ରୁ ଊର୍ଦ୍ଧ୍ୱ ଗୁରୁତର। ଟ୍ରାକ୍ଟର ଡାଲା ଓଲଟି ପଡିବାରୁ ଏହି ଦୁର୍ଘଟଣା ହୋଇଥିବା ଜଣା ପଡିଛି। ମୃତକ ଜଣକ ଗଙ୍ଗାବାଡର କୁସମି ସବର ହୋଇଥିବା ବେଳେ ଗୁରୁତର ଓ ଆହତମାନେ ଆମ୍ବାଝୀରି, ପୁଡାସାହି, ସନ୍ଧୀଗ୍ରାମର ବୋଲି ସୂଚନା ମିଳିଛି।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାରେ ଗୁରୁତରଙ୍କୁ ଗାରବନ୍ଧ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛି। ମିଳିଥିବା ସୂଚନା ମୁତାବକ ଟ୍ରାକ୍ଟରଟିରେ କିଛି ବ୍ୟକ୍ତି ଅନ୍ଧାରଝୋଲାରୁ ଏକୋଇଶିଆ ଭୋଜି ଖାଇ ଫେରିବା ବାଟରେ ଟ୍ରାକ୍ଟରର ଡାଲା ଓଲଟି ପଡିଥିଲା। ଯାହା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.