Below header

ରାଜ୍ୟ ମହିଳା ଆୟୋଗଙ୍କ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କ୍ୟାମ୍ପ କୋର୍ଟ ଅନୁଷ୍ଠିତ

ବ୍ରହ୍ମପୁର (କେନ୍ୟୁଜ୍) : ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ମହିଳା ଆୟୋଗଙ୍କ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କ୍ୟାମ୍ପ କୋର୍ଟ। ଏଥିରେ ଗଂଜାମ ଜିଲ୍ଲାର ମୋଟ ୬୫ଟି ପାରିବାରିକ କଳହ ମାମଲାର ବିଚାରଣା କରାଯାଇଛି । ଲୋକଙ୍କୁ ଅଧିକ ତଥା ଅଯଥା ଖର୍ଚ୍ଚାନ୍ତ ନହୋଇ ଏପରିକି ଲୋକଙ୍କ ନିକଟରେ କିଭଳି ନ୍ୟାୟ ପ୍ରଦାନ କରାଯାଇ ପାରିବ ସେହି ଉଦ୍ଦେଶ୍ୟରେ ଆୟୋଗ ପକ୍ଷରୁ ଏଭଳି ସ୍ୱତନ୍ତ୍ର କ୍ୟାମ୍ପକୋର୍ଟର ଆୟୋଜନ କରାଯାଉଛି । ମହିଳାଙ୍କ ଅଧିକାର ଓ ସୁରକ୍ଷା ପାଇଁ ଗଠିତ ହୋଇଛି ରାଜ୍ୟ ମହିଳା ଆୟୋଗ । ଆୟୋଗଙ୍କ କାର‌୍ୟ୍ୟାଳୟ ଭୂବନେଶ୍ୱରରେ ଥିବା ବେଳେ ପାରିବାରିକ ବିବାଦ ମାମଲାର ବିଚାରଣା ପାଇଁ ଦୂରଦୂରାନ୍ତରୁ ଲୋକଙ୍କୁ ଭୁବନେଶ୍ୱର ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡୁଛି ।

mahilaସେପଟେ ଦିର୍ଘ ଦିନ ଧରି ମାମଲାଗୁଡିକ ପଡି ରହୁଥିବାରୁ ପିଡିତାଙ୍କୁ ନ୍ୟାୟ ମିଳିବା କଷ୍ଟକର ହୋଇ ପଡୁଛି । ଫଳରେ “ଜଷ୍ଟିସ୍ ଆଟ୍ ଦି ଡୋର ଷ୍ଟେପ୍” ଅର୍ଥାତ୍ ଘର ଦୁଆରେ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ମହିଳା ଆୟୋଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ପିଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କ୍ୟାମ୍ପ କୋର୍ଟର ଆୟୋଜନ କରାଯାଉଛି । ଆଜି ବ୍ରହ୍ମପୁର ଉପ- ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଗ ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ କୋର୍ଟର ଆୟୋଜନ କରାଯାଇଥିଲା । ଏଥିରେ ମହିଳା ଆୟୋଗର ସଦସ୍ୟାମାନେ ଯୋଗ ଦେଇ ବିଭିନ୍ନ ମାମଲାର ଫଇସଲା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.