ଭଗବାନ ଶିବ କାହିଁକି ହାତରେ ଧାରଣ କରନ୍ତି ତ୍ରିଶୂଳ ଓ ଡମ୍ବରୁ

ପୁରାଣ ଅନୁସାରେ ଭଗବାନ ଶିବ ନିଜ ଶରୀରରେ ଅନେକ ବସ୍ତୁ ଧାରଣ କରନ୍ତି। ଯେପରି ଗଳାରେ ସର୍ପ, ମସ୍ତକରେ ଚନ୍ଦ୍ରମା, ଜଟାରେ ଗଙ୍ଗା, ହାତରେ ତ୍ରିଶୂଳ ଓ ଡମ୍ବରୁ। ଏ ସବୁ ଧାରଣ କରିବା ପଛରେ ଲୁଚି ରହିଥାଏ କିଛି ନା କିଛି ରହସ୍ୟ। ତେବେ ତ୍ରିଶୂଳ ଓ ଡମ୍ବରୁ ଧାରଣ କରିବା ପଛରେ କ’ଣ ରହିଛି କାହାଣୀ, ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ଏହାସହ ପଢ଼ନ୍ତୁ: ଭଗବାନ ଶିବ କାହିଁକି ଧାରଣ କରନ୍ତି ବାଘ ଛାଲ, ଜାଣନ୍ତୁ ଏହା ପଛର ରହସ୍ୟ

ଶିବଙ୍କ ହାତରେ ଡମ୍ବର ରହିବାର କାହାଣୀ ବଡ଼ ରୋଚକ। ବିଶ୍ବାସ ରହିଛି ଯେ ସ୍‌ଷ୍ଟି ଆରମ୍ଭରେ ଯେବେ ଦେବୀ ସରସ୍ବତୀ ପ୍ରକଟ ହେଲେ, ସେତେବେଳେ ସେ ନିଜର ବୀଣା ସ୍ବରରେ ସ୍‌ଷ୍ଟିରେ ଧ୍ବନିର ଜନ୍ମ ଦେଲେ। କିନ୍ତୁ ସେହି ଧ୍ବନିରେ ନା ସୁର୍ ଥିଲା ନା ସଙ୍ଗୀତ। ତେଣୁ ଶିବ ଯେତେବେଳେ ନ୍‌ତ୍ୟ କରିବା ଆରମ୍ଭ କରିଥିଲେ ଏବଂ ୧୪ଥର ଡମ୍ବରୁ ବଜାଇଥିଲେ, ସେତେବେଳେ ତାଙ୍କ ଡମ୍ବରୁର ଧ୍ବନିରୁ ସଙ୍ଗୀତର ଧୂନ୍ ଓ ତାଳ  ଜନ୍ମ ନେଇଥିଲା। ସେହି କାରଣରୁ ଶିବଙ୍କ ହାତରେ ସବୁବେଳେ ଡମ୍ବରୁ ରହିଥାଏ। କୁହାଯାଏ କି ସ୍‌ଷ୍ଟିରେ ସନ୍ତୁଳନ ପାଇଁ ଭଗବାନ ଶିବ ଏହାକୁ ନିଜ ସାଥୀରେ ନେଇ ପ୍ରକଟ ହୋଇଥିଲେ।

trishul trishul

ସେହିପରି ଶିବଙ୍କ ହାତକୁ ତ୍ରିଶୂଳ କିପରି ଆସିଲା, ଏହା ପଛରେ ମଧ୍ୟ ଏକ ମାନ୍ୟତା ରହିଆସିଛି। ସ୍‌ଷ୍ଟି ଆରମ୍ଭରେ ଶିବ ବ୍ରହ୍ମନାଦ ରୂପରେ ଆବିର୍ଭୁତ ହେବା ବେଳେ ତାଙ୍କ ଭିତରେ ରଜ, ତମ ଓ ସତ ଏହି ୩ଟି ଗୁଣ ବି ପ୍ରକଟ ହୋଇଥିଲା। ଏହି ତ୍ରି-ଗୁଣ ‘ତ୍ରି-ଶୂଳ’ ହେଲା। ତିନୋଟି ମଧ୍ୟରେ ସାମଞ୍ଜସ୍ୟ ତିଆରି ବିନା ସ୍‌ଷ୍ଟିର ସଞ୍ଚାଳନ ବଡ଼ କଠିନ ଥିଲା। ତେଣୁ ଶିବ ତ୍ରିଶୂଳ ରୂପରେ ୩ଟି ଗୁଣ ତାଙ୍କ ହାତରେ ଧାରଣ କଲେ।

ଆହୁରି ମଧ୍ୟ କୁହାଯାଏ କି ଭଗବାନ ଶିବଙ୍କ ତ୍ରିଶୂଳ ପ୍ରକ୍‌ତିର ୩ ରୂପ ଉଦ୍ଭାବକ, ରକ୍ଷକ ଏବଂ ବିଧ୍ବଂସକର୍ତ୍ତାକୁ ବୁଝାଏ। ଏଥିସହ ୩ କାଳ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ମଧ୍ୟ ତ୍ରିଶୂଳକୁ ବୁଝାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.