ପାଟକୁରାରେ ଭୋଟିଂ ପରେ ଉତ୍ତେଜନା, ଇଭିଏମ ବାକ୍ସ ସିଲ ହୋଇନଥିବା ବିଜେପିର ଅଭିଯୋଗ

ପାଟକୁରା (କେନ୍ୟୁଜ୍) : ଭୋଟିଂ ପରେ ଉତ୍ତେଜନା। ଭିଭିପାଟ ମେସିନ ରଖିବା ବେଳେ ଉତ୍ତେଜନା ଦେଖାଦେଇଛି। ଭୋଟିଂ ଶେଷ ପରେ ପୋଲିଂ ପାର୍ଟିମାନେ ଇଭିଏମ ଓ ଅନ୍ୟ ସାମଗ୍ରୀ ଧରି କେନ୍ଦ୍ରାପଡ଼ା କଲେଜକୁ ଫେରିଥିଲେ। ୨୨୦ ନଂ ବୁଥର ଇଭିଏମ ବାକ୍ସ ସିଲ ହୋଇନଥିବା ଅଭିଯୋଗ କରି ବିଜେପି କର୍ମୀମାନେ ଅଭିଯୋଗ କରିଥିଲେ। ପରେ କଲେଜ ପରିସରରେ ଉତ୍ତେଜନା ଦେଖାଯାଇଥିଲା। ଏପରିକି ୨୨୦ନଂ ବୁଥର ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.