ଜଗତସିଂହପୁର: ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

ଜଗତସିଂହପୁର(କେନ୍ୟୁଜ୍): ବ୍ୟାଙ୍କରୁ ଆସୁଥିବା ଲୋକଙ୍କଠାରୁ ଲୁଟ୍‌ କରୁଥିବା ଗ୍ୟାଙ୍ଗ ଗିରଫ । ଜଗତସିଂହପୁର ଏରସମା ଥାନା ଅଞ୍ଚଳରୁ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ଲୋକଙ୍କଠାରୁ ଏମାନେ ଅଭିନବ ଉପାୟରେ ଲୁଟ୍‌ କରୁଥିଲେ । ରାହାମାଠାରେ ବ୍ୟାଙ୍କରୁ ଟଙ୍କା ଲୁଟ୍‌ ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ତିନି ଜଣଙ୍କ ମଧ୍ୟରୁ ଜଣେ ନାବାଳକ । ପୋଲିସ ଏମାନଙ୍କଠାରୁ ଏକ ଲକ୍ଷ ୩୦ ହଜାର ଟଙ୍କା, ଦୁଇଟି ମଟର ସାଇକେଲ ଓ ମୋବାଇଲ ଜବତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.