Below header

ଆଜି ହେବ ସ୍ପେଶାଲ ଓଜେଇଇ ପରୀକ୍ଷା

କେନ୍ୟୁଜ୍: ଆଜି ହେବ ସ୍ପେଶାଲ ଓଜେଇଇ । ରାଜ୍ୟର ୨୦ଟି ସହରରେ ୩୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ୯ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର‌୍ୟ୍ୟନ୍ତ ଚାଲିବ । ଦ୍ୱିତୀୟ ସିଟିଂ ୧୨ଟା ୩୦ରୁ ଗୋଟାଏ ପର‌୍ୟ୍ୟନ୍ତ ଚାଲିବ । ବି-ଟେକ୍‌, ଲାଟେରାଲ୍‌ ଏଣ୍ଟ୍ରି-ଟେକ୍‌(ଡିପ୍ଲୋମା), ଲାଟେରାଲ୍‌ ଏଣ୍ଟ୍ରି ଟେକ୍‌(ବିଏସ୍‌ସି), ଏମ୍‌ବିଏ, ଏମ୍‌ସିଏ, ଏମ୍‌ ଫାର୍ମ ଓ ବିଫାର୍ମ ବିଷୟରେ ନାମ ଲେଖିବା ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମୋଟ ୧୭ହଜାର ୬୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୨୫ରେ ବାହାରିବ ରେଜଲ୍‌ଟ । ଚଳିତ ବର୍ଷ ଓଜେଇଇରେ ୩୯ହଜାର ୫୭୬ଜଣ ଛାତ୍ରଛାତ୍ରୀ ର‍୍ୟାଙ୍କ ପାଇଥିଲେ । ହେଲେ କାଉନସେଲିଂ ପରେ ସବୁ ସିଟ୍‌ ପୂରଣ ହୋଇପାରିନଥିବାରୁ ସ୍ୱତନ୍ତ୍ର ଓଜେଇଇ କରିବାକୁ କର୍ତ୍ତୁପକ୍ଷ ନିଷ୍ପତ୍ତି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.