ଡିସେମ୍ବର ୧୦ରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ଜାରି କଲେ ପଟିଆଲା ହାଉସ୍‌ କୋର୍ଟ

ଅନୁଭବ-ବର୍ଷା ବିବାଦ ମାମଲାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍‌ ଜାରି ହୋଇଛି । କୋର୍ଟରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ୍‌ କରିଛନ୍ତି ପଟିଆଲା ହାଉସ୍‌ କୋର୍ଟ । ଡିସେମ୍ବର ୧୦ ତାରିଖରେ କୋର୍ଟରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ କରାଯାଇଛି । ଅନୁଭବଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ଏନେଇ ସୂଚନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ । ଓଲିଉଡ୍‌ ସୁପରଷ୍ଟାର ବର୍ଷା- ଅନୁଭବଙ୍କ ବିବାଦ ଦିନ କୁ ଦିନ ବଢିଚାଲିଛି । ସେମାନଙ୍କ ମଧ୍ୟରେ ସମ୍ପର୍କ ଦୀର୍ଘଦିନ ହେବ ଖରାପ ସମୟ ଦେଇ ଗତି କରୁଥିଲା । ଅନୁଭବଙ୍କ ଅନୁଯାୟୀ ସମ୍ପର୍କ ସୁଧାରିବା ପାଇଁ ସେ ଯଥେଷ୍ଟ ଉଦ୍ୟମ କରିଆସୁଥିଲେ ।

barsha

କିନ୍ତୁ ଫଳପ୍ରଦ ହୋଇନଥିଲା । ଛାଡ଼ପତ୍ର ପାଇଁ ଜୁଲାଇ ୨୦୨୦ରେ କୋର୍ଟରେ ଡିଭୋର୍ସ ପିଟିସନ୍‌ ଦାଖଲ କରିଥିଲେ । ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ଛାଡ଼ପତ୍ର ପିଟିସନ୍‌ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଦାଖଲ ହୋଇଛି । ଗତ ଜୁଲାଇ ୭ରେ ପିଟିସନ୍‌ ଦାଖଲ କରିଥିଲେ ଅନୁଭବ। ଦୀର୍ଘ ୪୭ପୃଷ୍ଠାର ଏକ ପିଟିସନ୍‌ ଦାଖଲ କରାଯାଇଥିବା ବେଳେ ଏଥିରେ ସଂଗୀନ ଅଭିଯୋଗ ମାନ ଉଲ୍ଲେଖ କରା ଯାଇଥିଲା ।

ଶାରିରୀକ ସମ୍ପର୍କ ରଖିବାକୁ ବର୍ଷା ରାଜି ହେଉନଥିବା ଅନୁଭବ ପିଟିସନରେ ଉଲ୍ଲେଖ କରିଥିଲେ । ବିବାହ ପରେ ବର୍ଷା କେବେ ବୈବାହିକ ସମ୍ପର୍କ ରଖିନଥିବା ନେଇ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । ଅନ୍ୟପଟେ ପଟିଆଲା କୋର୍ଟରୁ ଓଡିଶା ହାଇକୋର୍ଟକୁ ମାମଲା ସ୍ଥାନାନ୍ତର କରିବା ପାଇଁ ବର୍ଷା ପକ୍ଷରୁ ଏକ ଆବେଦନ ଦାଖଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.