ଆଇପିଏଲ୍‌ ୨୦୨୦: ଆଜି କୋଲକତା ଟିମ୍‌ ଦେବ ଧୋନିଙ୍କୁ ଟକ୍କର, ଚେନ୍ନାଇ ପାଇଁ କଠିନ ହେବ ମ୍ୟାଚ

ଆଇପିଏଲର ୧୩ ସିଜିର ୨୧ ତମ ମ୍ୟାଚରେ ମୁହାମୁହିଁ ହେବେ ଚେନ୍ନାଇ ଏବଂ କୋଲକତା। କୋଲକତା ଟିମ୍‌ରେ ଭଲ ଖେଳାଳି ରହିଥିବା ସତ୍ତ୍ୱେ ଟିମ୍‌ ଏପର୍ଯ୍ୟନ୍ତ ବେଶ କିଛି ଖାସ୍‌ ପ୍ରଦର୍ଶନ କରିପାରିନାହିଁ। କିନ୍ତୁ ଗତ ମ୍ୟାଚରୁ ଚେନ୍ନାଇ ଜିତି ଟିମ୍‌ର ମନୋବଳ ଦୃଢ ହୋଇଯାଇଛି। ଆବୁଧାବିରେ ଏହି ମ୍ୟାଚ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ।

ଆଇପିଏଲରେ ରେକର୍ଡରେ ଚେନ୍ନାଇ ଏବଂ କୋଲକତା ମଧ୍ୟରେ ଏପର୍ଯ୍ୟନ୍ତ ୨୦ଟି ମ୍ୟାଚ ହୋଇସାରିଛି। ସେଥିରୁ ୧୩ଟି ଚେନ୍ନାଇ ଜିତିଥିବା ବେଳେ କୋଲକତା ୭ଟି ମ୍ୟାଚ ଜିତିଛି।

ipl

ସମ୍ଭାବ୍ୟ ଚେନ୍ନାଇ ସୁପର କିଙ୍ଗସ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ମୁରଲୀ ବିଜୟ, ଫାଫ୍ ଡୁ’ ପ୍ଲେସିସ୍, ସେନ୍ ୱାଟସନ୍, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ଲୁଙ୍ଗି ଏନ୍ଗିଡ଼ି, ଦୀପକ ଚହର, ପୀୟୂଷ ଚାୱଲା, ଋତୁରାଜ ଗାଏକ୍ବାଡ୍, ସାମ୍ କରନ, ଜୋସ୍ ହାଜେଲଉଡ୍।

ସମ୍ଭାବ୍ୟ କଲିକତା ନାଇଟ ରାଇଡର୍ସ: ସୁନୀଲ ନାରିନେ, ଶୁଭମନ ଗିଲ, ନିତିଶ ରାଣା, ଇଅନ ମୋରଗାନ, ଆଣ୍ଡ୍ରେ ରସେଲ, ଦିନେଶ କାର୍ତ୍ତିକ, ନିଖିଲି ନାଏକ, ପ୍ୟାଟ କ୍ୟୁମିନସ, କୁଲଦୀପ ଯାଦବ, ସନ୍ଦୀପ ଓ୍ଵାରିଅର, ଶିଭମ ମାଭି।