Below header

ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳୁଛି ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହୁତୁହୁତୁ ହୋଇ ଜଳୁଛି ପେଟ୍ରୋଲ ପମ୍ପ | ଘଟଣା ସ୍ଥଳରେ ୫ଟି ଦମକଳ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଇଣ୍ଡିୟାନ ଅଏଲ ପେଟ୍ରୋଲ ପମ୍ପରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହା ପଛର ପ୍ରକୃତ କାରଣ ଏଯାବତ ଜଣାପଡିନାହିଁ । ରାଜଭବନରୁ କ୍ୟାପିଟାଲ ହସ୍ପିଟାଲକୁ ସିଲ କଲା ପୋଲିସ ।

petrol pump

ଭୂମିକମ୍ପ ଭଳି ପ୍ରଚଣ୍ଡ ଶବ୍ଦ ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ପ୍ରତିକ୍ରିୟାରେ କହିଛନ୍ତି । ଶବ୍ଦ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଶୁଣା ଯାଇଥିଲା । ଘଟଣା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ବିସ୍ଫୋରଣରେ ଅନେକ ଗାଡ଼ି ଛୀନ ଛତର ହୋଇଯାଇଥିବା ଜଣାଯାଇଛି । ଦୁଇ ଜଣ ଗୁରୁତର ଆହତ ହୋଇଥିବା ନେଇ ଭୁବନେଶ୍ୱର ଡିସିପି ଓ କମିସିନର ସୂଚନା ଦେଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିବା ନେଇ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.