ମୟୁରଭଞ୍ଜ: ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ପଟ୍ଟନାୟକଙ୍କ କରୋନାରେ ମୃତ୍ୟୁ

ରାଇରଙ୍ଗପୁର: କରୋନା ସହ ଲଢେ଼ଇ କରି ଜୀବନ ହାରିଲେ ଆଉ ଜଣେ କୋଭିଡ ଯୋଦ୍ଧା। କୋରୋନା ଯୁଦ୍ଧରେ ଶେଷରେ ପରାସ୍ତ ହେଲେ ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ପଟ୍ଟନାୟକ। ଚିକିତ୍ସାଧୀନ ଅବସ୍ଥାରେ ଶେଷରେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେପ୍ଟେମ୍ବର ମାସ ୧୬ ତାରିଖ ଦିନ ଶ୍ରୀ ପଟ୍ଟନାୟକଙ୍କ କୋରୋନା ପଜିଟିଭ ରିପୋର୍ଟ ଆସିବା ପରେ ଅଧିକ ଚିକିତ୍ସା ପାଇଁ ବାରିପଦା ସ୍ଥିତ ବାଙ୍କିଶୋଳ କିମ୍ସ କୋଭିଡ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତିନି ଦିନ ଧରି ଚିକିତ୍ସିତ ହେବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୋୖଣସି ଉନ୍ନତି ନ ଆସିବାରୁ ତାଙ୍କୁ ଭୁବନେଶ୍ବର କିମ୍ସ କୋଭିଡ ହୋସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପ୍ରସାରିତ ହେବା ପରେ ସମଗ୍ର ରାଇରଙ୍ଗପୁର ଉପଖଣ୍ଡରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ପଟ୍ଟନାୟକ ଜଣେ ଦକ୍ଷ , ଅଭିଜ୍ଞ ଓ ବରିଷ୍ଠ ପୋଲିସ ଅଧିକାରୀ ଭାବେ ସହରରେ ସୁପରିଚିତ ଥିବା ବେଳେ ଅଗଷ୍ଟ ମାସ ୬ ତାରିଖ ୨୦୧୭ ମସିହାରେ ରାଇରଙ୍ଗପୁର ସହରରେ ଅତିରିକ୍ତ ଏସପି ଭାବେ ଯୋଗ ଦେଇଥିଲେ । ଅବସର ପାଇଁ ପୋଲିସ ବିଭାଗରେ ଆଉ ଦୁଇ ବର୍ଷ ରହିଥିବା ବେଳେ ମଇ ମାସ ୩୧ ତାରିଖ ୨୦୨୨ ମସିହାରେ ଅବସର ଗ୍ରହଣ କରିଥାନ୍ତେ ସ୍ବର୍ଗତ ପଟ୍ଟନାୟକ। କିନ୍ତୁ କୋରୋନା ଯୁଦ୍ଧରେ ହାରିଗଲେ ସ୍ବର୍ଗତ ପଟ୍ଟନାୟକ। ସେପଟେ ବିଭିନ୍ନ ମହଲରୁ ସ୍ବର୍ଗତ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.