କରୋନା କାଳରେ ବାପାଙ୍କ ଚାକିରି ପଳେଇବାରୁ ଠେଲାରେ ପରିବା ବିକୁଥିଲେ ୨ ଜାତୀୟ ଖେଳାଳି, ଏବେ କ୍ରୀଡ଼ା ରାଜ୍ୟମନ୍ତ୍ରୀ କଲେ ସାହାଯ୍ୟ

ଉତ୍ତର ପ୍ରଦେଶର ମୁଷ୍ଟିଯୋଦ୍ଧା ସୁନିଲ ଚୌହାନ ଓ ତୀରନ୍ଦାଜ ନୀରଜ ଚୌହାନଙ୍କୁ ସହାୟତାର ହାତ ବଢ଼ାଇଛି କ୍ରୀଡ଼ା ମନ୍ତ୍ରାଳୟ। କରୋନା ସମୟରେ ବାପାଙ୍କ ଚାକିରି ଚାଲିଯିବାରୁ ମେରଠର ଏହି ଦୁଇ ଭାଇ ପରିବା ବିକିବା ପାଇଁ ବାଧ୍ୟ ହୋଇଥିଲେ। କ୍ରୀଡ଼ା ମନ୍ତ୍ରାଳୟ ଉଭୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛି।
କ୍ରୀଡ଼ା ରାଜ୍ୟମନ୍ତ୍ରୀ କିରଣ ରିଜିଜୁ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଫଣ୍ଡରୁ ଏହି ଦୁଇ ଖେଳାଳିଙ୍କୁ ସାହାଯ୍ୟ କରିଛନ୍ତି। କେବଳ ଏତିକି ନୁହେଁ, ମନ୍ତ୍ରୀ ଏହା ବି କହିଛନ୍ତି, ଯେଉଁ ବି ଖେଳାଳି ଆର୍ଥିକ ରୂପରେ ଦୁର୍ବଳ ଅଛନ୍ତି, ସେମାନଙ୍କୁ ମଧ୍ୟ ଏହି ଫଣ୍ଡରୁ ସାହାଯ୍ୟ ପ୍ରଦାନ କରାଯିବ। ସୁନିଲ ଚୌହାନ ଚଳିତ ବର୍ଷ ଖେଲୋ ଇଣ୍ଡିଆ ୟୁନିର୍ଭସିଟି ଗେମରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ନୀରଜ ସ୍କୁଲ ଖେଳରେ ପଦକ ଜିତିବା ଛଡ଼ା ୨ ବର୍ଷ ତଳେ ସିନିୟର ତୀରନ୍ଦାଜି ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିଲେ।