ଅଣ୍ଡର ଗ୍ରାଉଣ୍ଡ ସିଏନଜି ଟ୍ୟାଙ୍କରେ ବିସ୍ଫୋରଣ ଘଟି ଲାଗିଥିଲା ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟସ୍ଥ ଇଣ୍ଡିୟାନ ଅଏଲ ପେଟ୍ରୋଲ ପମ୍ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଅଣ୍ଡର ଗ୍ରାଉଣ୍ଡ ସିଏନଜି ଟ୍ୟାଙ୍କରେ ବିସ୍ଫୋରଣ ଘଟି ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ବିସ୍ଫୋରଣ ବେଳେ ଭୂମିକମ୍ପ ଭଳି ଏକ ଭୟଙ୍କର ଶବ୍ଦ ବି ହୋଇଥିଲା ।ଶବ୍ଦ ଏତେ ତୀବ୍ର ଥିଲା ଯେ ପାଖାପାଖି ୧୦ କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଭାଯାଇଥିଲା । ଟ୍ୟାଙ୍କର ବିସ୍ଫୋରଣ ପରେ ନିଆଁ ଲାଗିଥିଲା ।

ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣା ସ୍ଥଳରେ ୧୦ ଅଗ୍ନିଶମ ଗାଡି ସମେତ ଓଡ୍ରାଫ ଟିମ ପହଂଚି ଉଦ୍ଧର କାର୍ଯ୍ୟ ଜାରି ରଖିଛନ୍ତି । କ୍ଷୟକ୍ଷତିକୁ ରୋକିବା ପାଇଁ ଗଭର୍ନର ହାଉସ ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ ସିଲ କରିଦିଆଯିଛି । ବିସ୍ଫୋରଣରେ ୬ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସ୍ଥିତି କିଛିଟା ନିୟନ୍ତ୍ରଣକୁ ଆସିଥିବା ବେଳେ ଚିତ୍ର ସ୍ପଷ୍ଟ ହେଲେ ସୂଚନା ଦେବୁ ବୋଲି ସିପି ସ୍ପଷ୍ଟ କରିଛନ୍ତି ।

 

 

Leave A Reply

Your email address will not be published.