Below header

‘ପେଟ୍ରୋଲ ପମ୍ପ ପ୍ରଥମେ ଥରିବାକୁ ଲାଗିଲା, ତା’ପରେ ହେଲା ଭୟଙ୍କର ବିସ୍ଫୋରଣ’; ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ ସମ୍ପୂର୍ଣ୍ଣ ଘଟଣା

ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ଘଟି ଆଖପାଖ ଅଞ୍ଚଳ ଦୋହଲି ଯାଇଛି। ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ଖବର ମିଳିଛି। ତେବେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳ ଛିନ୍‌ଛତ୍ର ହୋଇଯାଇଛି। ହଠାତ୍‌ କ’ଣ ହେଲା ଲୋକମାନେ କିଛି ବୁଝିପାରିନଥିଲେ। ଯିଏ ଯୁଆଡ଼େ ପାଇଲେ ଦୌଡ଼ିବାକୁ ଲାଗିଥିଲେ। ନିଆଁ ଏତେ ଭୟଙ୍କର ଭାବେ ଲାଗିଥିଲା ଯେ ଆକାଶ ଉଚ୍ଚା ଜଳିବାକୁ ଲାଗିଥିଲା।

blast

 

ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ସମ୍ପୂର୍ଣ୍ଣ ଘଟଣା ବଖାଣିଛନ୍ତି। ବିସ୍ଫୋରଣ ବେଳେ ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଯାଇଥିବା ଜଣେ ବ୍ୟକ୍ତି କହିଛନ୍ତି ଆମେ ତେଲ ପକାଇବାକୁ ଲାଇନ୍‌ରେ ଠିଆ ହୋଇଥିଲୁ। ହଠାତ୍‌ ତଳ ଦୋହଲିବାକୁ ଲାଗିଥିଲା। କେହି କିଛି ବୁଝିବା ପୂର୍ବରୁ ପ୍ରଚଣ୍ଡ ଶବ୍ଦ କରି ଜୋରରେ ବିସ୍ଫୋରଣ ହେଲା। ଚାରିଆଡ଼ କଳା ହୋଇଗଲା। ଆମେ ଗାଡ଼ି ଛାଡ଼ି ଦେଇ ଯିଏ ଯୁଆଡ଼େ ପାଇଲୁ ଦୌଡ଼ିବାକୁ ଲାଗିଥିଲୁ। କିନ୍ତୁ ଜାଣିବା ପାରିଲୁନି କ’ଣ ଘଟିଲା। ପେଟ୍ରୋଲ ପମ୍ପରୁ ବାହାରି ଆସିବାର ୨ ମିନିଟ୍‌ ପରେ ଆମେ ଟିକେ ଷ୍ଟେବଲ ହେଲା ପରେ ଜାଣିଲୁ ଯେ ପେଟ୍ରୋଲ ପମ୍ପ ବ୍ଲାଷ୍ଟ ହୋଇଛି। ଭଗବାନଙ୍କ ଦୟାରୁ ଜୀବନ ବଞ୍ଚିଗଲା ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ।

blast

ତେବେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି। ଘଟଣାସ୍ଥଳରେ କମିଶନରେଟ୍‌ ପୋଲିସର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ନିଜେ ସିପି ମଧ୍ୟ ଉପସ୍ଥିତ ଅଛନ୍ତି। ଉପସ୍ଥିତ ଲୋକଙ୍କୁ ପେଟ୍ରୋଲ ପମ୍ପଠାରୁ ୧ କିଲୋମିଟର ଦୂରରେ ରହିବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.