ସୁଟିଂ ମଝିରେ ସଲମାନ୍‌ କଲେ ଏମିତି କାମ, ରାଗରେ ତଣ୍ଟି ଚିପି ଦେଲେ କ୍ୟାଟ୍ରିନା; ଦେଖନ୍ତୁ ଭିଡିଓ

ବଲିଉଡ୍‌ର ହିଟ୍‌ ଯୋଡ଼ି ସଲମାନ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କୁ ସମସ୍ତେ ପସନ୍ଦ କରନ୍ତି। ଉଭୟ ଏକାଠି ଅନେକ ଫିଲ୍ମରେ ନଜର ଆସିଛନ୍ତି। କେବଳ ଏତିକି ନୁହେଁ ଉଭୟଙ୍କ କେମେଷ୍ଟ୍ରିକୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରିଥାନ୍ତି। ସଲମାନ୍‌ ଓ କ୍ୟାଟ୍ରିନାଙ୍କ ଏକ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ କ୍ୟାଟ୍ରିନା କୈଫ୍‌ ସଲମାନ୍‌ଙ୍କ ତଣ୍ଟି ଚିପୁଥିବା ଦେଖାଯାଇଛି। ଏହି ଭିଡିଓକୁ ତାଙ୍କ ଫ୍ୟାନ୍‌ ପେଜ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି।

ଦେଖନ୍ତୁ ଭିଡିଓ:

ଭିଡିଓରେ ସଲମାନ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ ମାସାଲ୍ଲା ଗୀତରେ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ଗୀତର ସୁଟିଂ ବେଳେ ସଲମାନ୍‌ ବିରକ୍ତ ହୋଇ ସେଟ୍‌ ଛାଡ଼ି ଚାଲି ଯାଉଥିବା ଦେଖାଯାଇଛି। ସେହିପରି ଦ୍ୱିତୀୟ ସଟ୍‌ରେ କ୍ୟାଟ୍ରିନା ଡ୍ୟାନ୍ସ କରୁଥିବା ବେଳେ ସଲମାନ୍‌ ହସି ଦେଉଛନ୍ତି। ଏହା ପରେ କ୍ୟାଟ୍ରିନା ରାଗିଯାଇ ମଜାରେ ସଲ୍‌ମାନଙ୍କ ତଣ୍ଟି ଚିପୁଥିବା ଦେଖାଯାଇଛି। ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ଉଭୟଙ୍କୁ ପ୍ରଶଂସା କରୁଥିବା ଦେଖାଯାଇଛି।

ସୂଚନାଯୋଗ୍ୟ ଯେ ସଲମାନ ଓ କ୍ୟାଟ୍ରିନାଙ୍କ ଏହି ଭିଡିଓ ଏକ ଥା ଟାଇଗର ଫିଲ୍ମର ମାସାଲ୍ଲା ଗୀତ ସୁଟିଂ ବେଳର। ଉଭୟଙ୍କୁ ଶେଷ ଥର ପାଇଁ ଭାରତ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଉଭୟଙ୍କ ଯୋଡ଼ିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.