Below header

ମିଳିଲାନି ଅକ୍ସିଜେନ୍, ଚାଲିଗଲା ରୋଗୀଙ୍କ ଜୀବନ; ଡାକ୍ତରଙ୍କ ଅବହେଳା ପାଇଁ ମୃତ୍ୟୁ ଅଭିଯୋଗ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଅକ୍ସିିଜେନ ନମିଳିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଚାନ୍ଦବାଲି (କେନ୍ୟୁଜ): ମିଳିଲାନି ଅକ୍ସିଜେନ, ଚାଲିଗଲା ମହିଳାଙ୍କ ଜୀବନ। ଡାକ୍ତରଙ୍କ ଅବହେଳା ପାଇଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ। ହସ୍‌ପିଟାଲ ପରିସରରେ ପରିବାର ଲୋକଙ୍କ ହୋହଲ୍ଲା ଓ ଧାରଣା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଅକ୍ସିିଜେନ ନମିଳିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ବିଜୟନଗର ପଞ୍ଚାୟତ ଚାନ୍ଦକୁଡା ଗାଁର ଶାନ୍ତିଲତା ମଲ୍ଲିକ ନାମକ ଜଣେ ମହିଳା ଗୁରୁତର ହୋଇ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ତୁରନ୍ତ ଅକ୍ସିଜେନର ଆବଶ୍ୟକତା ଥିବାବେଳେ ଡାକ୍ତର କିନ୍ତୁ ବିଳମ୍ବରେ ଅକ୍ସିଜେନ୍‌ ଲଗାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାରୁ ପରସ୍ଥିତି ଶାନ୍ତ ପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.