ଚୋରଙ୍କ ନୂଆ ଷ୍ଟାଇଲ, ଚୋରି ପାଇଁ ନେଲେ ଗୁଗଲ ମ୍ୟାପର ସାହାଯ୍ୟ

ଗୁଜୁରାଟର ସୁରଟ ଅଞ୍ଚଳରେ ଏଭଳି ଦୁଇ ଜଣ ଚୋର ଧରା ପଡ଼ିଛନ୍ତି, ଯେଉଁମାନେ କେବଳ ସ୍କୁଲ ଏବଂ କଲେଜକୁ ଟାର୍ଗେଟ କରି ଚୋରି କରୁଥିଲେ । ଚୋରି କରିବାର ଠିକଣା ଖୋଜିବା ପାଇଁ ଏହି ଚୋରମାନେ ଗୁଗଲ ମ୍ୟାପର ସାହାଯ୍ୟ ନେଉଥିଲେ । ଚୋରି କରିବା ପାଇଁ ଆପଣାଇଛନ୍ତି ନୂଆ ଷ୍ଟାଇଲ ।

ଗୁଗଲ ମ୍ୟାପ ସାହାଯ୍ୟରେ ଚୋରି କରୁଛନ୍ତି ଚୋର । ଚୋରି କରିବା ପାଇଁ ଆପଣାଇଛନ୍ତି ନୂଆ ଷ୍ଟାଇଲ । ଆପଣ ଭାବୁଥିବେ ଗୁଗଲ ମ୍ୟାପରୁ ଚୋରମାନେ କିପରି ଚୋରି କରିବେ । କିନ୍ତୁ ଏଭଳି କିଛି ଆଶ୍ଚର୍ଯ୍ୟକର ଘଟଣା ଗୁଜୁରାଟରେ ଘଟିଛି । ଚୋରି ଡକାୟତି ଭଳି ମାମଲା ତ ଦିନକୁ ଦିନ ବଢ଼ି ଚାଲିଛି । ଏଭଳି ଅପରାଧିକ ମାମଲା ଘଟାଇବା ପାଇଁ ଚୋରମାନେ ବିଭିନ୍ନ ପନ୍ଥା ଆପଣାନ୍ତି । କିନ୍ତୁ ଚୋରମାନେ ଏବେ ଚୋରି କରିବା ପାଇଁ ଗୁଗଲ ମ୍ୟାପର ସାହାଯ୍ୟ ନେଉଛନ୍ତି । ତେବେ ଆସନ୍ତୁ ଜାଣିବା ଏଭଳି ଚୋରି କିପରି ହୋଇଛି ।

ଗୁଜୁରାଟର ସୁରଟ ଅଞ୍ଚଳରେ ଏଭଳି ଦୁଇ ଜଣ ଚୋର ଧରା ପଡ଼ିଛନ୍ତି, ଯେଉଁମାନେ କେବଳ ସ୍କୁଲ ଏବଂ କଲେଜକୁ ଟାର୍ଗେଟ କରି ଚୋରି କରୁଥିଲେ । ଚୋରି କରିବାର ଠିକଣା ଖୋଜିବା ପାଇଁ ଏହି ଚୋରମାନେ ଗୁଗଲ ମ୍ୟାପର ସାହାଯ୍ୟ ନେଉଥିଲେ । ଥରେ ଠିକଣା ନିଶ୍ଚିତ ହୋଇଯିବା ପରେ ଚୋରଙ୍କର ଏହି ଗ୍ୟାଙ୍ଗ ଘଟଣାସ୍ଥଳର ନିକଟବର୍ତ୍ତୀ ଅଞ୍ଚଳରେ ରାତି ହେବା ପର୍ଯ୍ୟନ୍ତ ଲୁଚି ରହୁଥିଲେ । ରାତି ହେବା ପରେ ଘଟଣା ଘଟାଇ ଫେରାର ହୋଇଯାଉଥିଲେ ଏହି ଚୋର ।

ଗିରଫ ହୋଇଥିବା ଦୁଇ ଜଣ ଚୋର ତାମିଲନାଡ଼ୁ ରାଜ୍ୟର ସେଲମ ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡ଼ିଛି । ଦୁଇ ଜଣ ଚୋରି କରିବା ପାଇଁ ହାଥରେ ଗ୍ଲବ୍ସ ଏବଂ ମୁହଁରେ ମଙ୍କି କ୍ୟାପ ପିନ୍ଧୁଥିଲେ । ଧରା ପଡ଼ିଥିବା ଏହି ଚୋର ଦୁଇଜଣ ହେଉଛନ୍ତି ପଲନୀସ୍ୱାମୀ ଓରଫ ଅନ୍ନା କଉନ୍ଦର ଏବଂ ପରମଶିବମ ଓରଫ ତମ୍ବି । ଦୁଇ ଜଣଙ୍କୁ ପଚରାଉଚୁରା କରିବା ପରେ ୧୮ଟି ସ୍ଥାନରେ ଚୋରି ହୋଇଥିବା ଜଣା ପଡ଼ିଛି । ସେମାନେ ଚୋରିରେ ବ୍ୟବହାର କରୁଥିବା ଜିନିଷକୁ ମଧ୍ୟ ପୋଲିସ ଜବତ କରିଛି ।

ଅନେକ ସମୟ ଧରି ପୋଲିସ ଏହି ଚୋରଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିଲା । ସୁରଟ କ୍ରାଇମ ବ୍ରାଞ୍ଚର ସବ- ଇନ୍ସପେକ୍ଟର ମହିଦାଙ୍କୁ ଏହି ଚୋରଙ୍କ ଆସିବାର ଖବର ମିଳିଥିଲା । ସୂଚନା ମିଳିବା ପରେ କ୍ରାଇମ ବ୍ରାଞ୍ଚର ଟିମ ସୁରଟ ସହରରେ ସଙ୍ଗନପୁର ହରିଦର୍ଶନ ଅଞ୍ଚଳରେ ସନ୍ଧାନ କରିଥିଲା । ଯେଉଁଠାରେ ଉକ୍ତ ଚୋର ଦୁଇଜଣ ରହିଥିଲେ । ଏମାନଙ୍କ ନିକଟରୁ ପୋଲିସ ୧ ଲକ୍ଷ ୨୨ ହଜାର ଟଙ୍କା ଜବତ କରିଛି ।

ସୁରଟ ପୋଲିସ ହାତରେ ସହରର ସ୍କୁଲମାନଙ୍କରେ ହେଉଥିବା ଚୋରି ଘଟଣାର ସିସିଟିଭି ଦୃଶ୍ୟ ମଧ୍ୟ ଲାଗିଥିଲା । ଏହି ସିସିଟିଭି ଫୁଟେଜରେ ସ୍କୁଲ ଏବଂ କଲେଜରେ ଚୋରଙ୍କ ଚୋରି କରିବା ଦୃଶ୍ୟ କଏଦ ହୋଇଥିଲା । ତେବେ ସୂଚନା ଅନୁସାରେ ଏହି ଚୋର ଚୋରି କରିବା ପାଇଁ ଗୁଗଲ ସାହାଯ୍ୟରେ ସ୍କୁଲ ଏବଂ କଲେଜ ସର୍ଚ୍ଚ କରୁଥିଲେ । ସର୍ଚ୍ଚ କରିବା ପରେ ସେହି ଲୋକେସନରେ ପହଞ୍ଚ ରାତି ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ । ରାତିରେ ଚୋରି ସାରି ସକାଳ ହେବା ମାତ୍ରେ ସେହି ସ୍ଥାନରୁ ଫେରାର ହୋଇ ଯାଉଥିଲେ । ଦୁଇ ଜଣ ସୁରଟ ସହରର ବଡ଼ ବଡ଼ ସ୍କୁଲ ଏବଂ କଲେଜରେ ଚୋରି କରୁଥିଲେ, ଯେଉଁଥିରେ ଡିପିଏସ ଏବଂ ରେଡିଅଣ୍ଟ ସ୍କୁଲ ମଧ୍ୟ ସାମିଲ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.