ଲଗାଣ ବର୍ଷାରେ ବୁଡିଲା କାଙ୍ଗୁରୁକୋଣ୍ଡା ପୋଲ : ୩୨୬ନଂ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ

କାଲିମେଳାରେ ଲଗାଣ ବର୍ଷାରେ ବାହ୍ୟ ଜଗତରୁ ବିଛିନ୍ନ ମାଲକାନଗିରି ଜିଲ୍ଲା। ବିଭିନ୍ନ ପୋଲ ଉପରେ ପାଣି ପ୍ରବାହିତ । କାଙ୍ଗୁରକୋଣ୍ଡା ଓ ଏମ୍.ଭି-96 ପୋଲ ଉପରେ ୩ ରୁ ୪ ଫୁଟ ପାଣି ପ୍ରବାହିତ ହେଉଛି ।

ମାଲକାନଗିରି (କେନ୍ୟୁଜ): କାଲିମେଳାରେ ଲଗାଣ ବର୍ଷାରେ ବାହ୍ୟ ଜଗତରୁ ବିଛିନ୍ନ ମାଲକାନଗିରି ଜିଲ୍ଲା। ବିଭିନ୍ନ ପୋଲ ଉପରେ ପାଣି ପ୍ରବାହିତ । କାଙ୍ଗୁରକୋଣ୍ଡା ଓ ଏମ୍.ଭି-96 ପୋଲ ଉପରେ ୩ ରୁ ୪ ଫୁଟ ପାଣି ପ୍ରବାହିତ ହେଉଛି । କନ୍ୟାଶ୍ରମ ବ୍ରିଜରେ ମଧ୍ୟ ୩ ଫୁଟ ପାଣି ପ୍ରବାହିତ ହେବାରୁ ଉଭୟ କୂଳରେ ଗାଡି ଅଟକି ରହିଛି ।

୩୨୬ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି । ବର୍ଷା ପାଇଁ ସପ୍ତାହ ଭିତରେ ୨ ଥର ବୁଡ଼ିଲାଣି ଏହି ପୋଲ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.