Below header

କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ପ୍ରଥମେ ମା’ ଚଣ୍ଡୀଙ୍କୁ କରିବେ ପୂଜାର୍ଚ୍ଚନା

କଟକ ଚଣ୍ଡୀ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି କଟକରେ ଦିନବ୍ୟାପୀ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ପ୍ରଥମେ ମା’ ଚଣ୍ଡୀଙ୍କ ଦର୍ଶନ କରିବେ । ଏହା ସହ ହାଇକୋର୍ଟର ୭୫ ତମ ପୂର୍ତ୍ତି ଉତ୍ସବରେ ଉଦବୋଧନ ଦେବେ ମହାମହିମ ।

କଟକ (କେନ୍ୟୁଜ): କଟକ ଚଣ୍ଡୀ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରୁ ବାହାରି ସଡ଼କ ପଥରେ ଯାଇ ପହଞ୍ଚିଲେ ରାଷ୍ଟ୍ରପତି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି କଟକରେ ଦିନବ୍ୟାପୀ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ପ୍ରଥମେ ମା’ ଚଣ୍ଡୀଙ୍କ ଦର୍ଶନ କରିବେ । ଏହା ସହ ହାଇକୋର୍ଟର ୭୫ ତମ ପୂର୍ତ୍ତି ଉତ୍ସବରେ ଉଦବୋଧନ ଦେବେ ମହାମହିମ । ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ ।

ସେଠାରୁ ଶୈଳବାଳା ମହିଳା ସ୍ୱଂୟଶାସିତ ମହା ବିଦ୍ୟାଳୟକୁ ଯିବେ ମହାମହିମ । ପରେ ମଧୁସୂଦନ ସଂଗ୍ରହାଳୟ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ମଧୁବାବୁ ଓ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ଦିବସରେ କଣ କହିବେ ରାଷ୍ଟ୍ରପତି ତା ଉପରେ ରହିଛି ସମସ୍ତଙ୍କ ନଜର । ସେଠାରେ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହା ସହ ସଂଗ୍ରାହଳୟର ବିଭିନ୍ନ ଗ୍ୟାଲେରି ବୁଲି ଦେଖିବେ ରାଷ୍ଟ୍ରପତି । ପରେ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିବେ ।

୨୦୨୨ ନଭେମ୍ବର ୨୨ରେ ସୁପ୍ରିମ କୋର୍ଟରେ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଇ ଅଦାଲତଗୁଡ଼ିକରେ ମକଦ୍ଦମା ଗୁଡ଼ିକରେ ଅତ୍ୟଧିକ ଆର୍ଥିକ ବୋଝ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ବ୍ୟବସ୍ଥାପିକାକୁ ଏନେଇ ମିଳିତ ଭାବେ କାର୍ଯ୍ୟ କରି ଲୋକଙ୍କ ଦୁର୍ଦ୍ଦର୍ଶା କମ କରିବାକୁ ପ୍ରସ୍ତାବ ଦେଇଥିଲେ । ଆଜି କଣ କହିବେ ତାଉପରେ ନଜର ରହିଛି ।

ଓଡ଼ିଶା ହାଇକୋର୍ଟର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଏହାସହ ଏସସିବି ମେଡିକାଲ କଲେଜ ଓ ହସ୍‌ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକରେ ନିୟୋଜିତ ହେବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ । କଟକ କାର୍ଯ୍ୟକ୍ରମ ଶେଷ କରି ଭୁବନେଶ୍ୱର ରାଜଭବନ ଫେରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.