Below header

ବାଲେଶ୍ୱର: ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା, ଆଉଟ୍‌ଡୋରରେ ତାଲା ପକାଇଲେ ରୋଗୀଙ୍କ ସଂପର୍କୀୟ

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା । ଡାକ୍ତରଙ୍କ ଅନୁପସ୍ଥିତି ନେଇ ରୋଗୀଙ୍କ ସଂପର୍କୀୟ ମେଡିକାଲରେ ଭଙ୍ଗାରୁଜା କରିବା ସହ ଆଉଟ୍‌ଡୋରରେ ତାଲା ପକାଇ ଦେଇଥିଲେ । ରେମୁଣା ମନ୍ଦାରପୁର ଅଞ୍ଚଳର ଜଣେ ରୋଗୀ ନିଶ୍ୱାସ ନେବାରେ କଷ୍ଟ ହେବାରୁ ଡାକ୍ତରଖାନା ଅଣାଯାଇଥିଲା । ହେଲେ ଡାକ୍ତରଙ୍କ ଛୁଟି ଥିବା ଜାଣିବା ପରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମେଡିକାଲରେ ତାଲା ଝୁଲୁଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ବିନା ମଞ୍ଜୁରୀରେ ଡାକ୍ତର ଛୁଟିରେ ଥିବା ସୂଚନା ମିଳିଛି। ଏହି ଘଟଣାରେ ରେମୁଣା ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।  ସିଡିଏମ୍‌ଓ କହିଛନ୍ତି, ଘଟଣାର ତଦନ୍ତ କରାଯିବ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.