Below header

ଡାକ୍ତରଖାନା ଥାଇ ମଧ୍ୟ ହନ୍ତସନ୍ତ ହେଲେ ରୋଗୀ, ବାରଣ୍ଡାରେ ପ୍ରସବ ବେଦନାରେ ଛଟ ପଟ ହେଲେ ଗର୍ଭବତୀ

ଆନନ୍ଦପୁର (କେନ୍ଯୁଜ୍) : ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଗତ ସପ୍ତାହ କାର୍ଯ୍ୟକ୍ଷମ ହୋଇଛି ନବନିର୍ମିତ ମଦର ଚାଇଲ୍ଡ ହସ୍ପିଟାଲ । ମାତ୍ର ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି କିଭଳି ରୋଗୀଙ୍କୁ ଏଠାରେ ଚିକିତ୍ସା ସେବା ମିଳୁଛି ତାହାର ଆଜି ଏକ ଉଦାହରଣ ଦେଖିବାକୁ ମିଳିଛି । ବାରେଣ୍ଡା ରେ ପ୍ରସବ ବେଦନା ରେ ଛଟ ପଟ ହେଲେ ଜଣେ ଗର୍ଭବତୀ । ମିଳିଥିବା ସୂଚନା ଅନୁସାରେ ଆନନ୍ଦପୁର ବ୍ଲକ୍ ଜଳସୁଆ ଗ୍ରାମ ର ଏହି ମହିଳା ଜଣକ ଆଦିବାସୀ ଓ ଅତ୍ୟନ୍ତ ଗରିବ ଶ୍ରେଣୀ ର। ସ୍ୱାମୀ ପାଖରେ ନଥିବାରୁ ପ୍ରସବ ଜନିତ ବେଦନା ହେବାରୁ ତାଙ୍କୁ ଜଣେ ମହିଳା ସମ୍ପର୍କୀୟ ଆନନ୍ଦପୁର ମାତୃ ଶିଶୁ ଡାକ୍ତରଖାନାରେ ଭର୍ତି କରିଥିଲେ ।

ନିଶ୍ଚିତ ପଢ଼ନ୍ତୁ: ସଂପର୍କରେ ପଡ଼ିଲା ରକ୍ତର ଛିଟା, ପୁଅ ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ

ମାତ୍ର ତାଙ୍କ ଅବସ୍ଥା ଗୁରୁତର ଥିବା କହି ତାଙ୍କୁ ଡାକ୍ତର ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରିବାକୁ ଲେଖିଦେଲେ । ବାସ୍ ଏତିକି ରେ ସତେ ଯେମିତି ଡାକ୍ତରଖାନା କତୃପକ୍ଷ ଙ୍କ ଦାୟୀତ୍ବ ସରି ଯାଇଥିଲା । ଘଣ୍ଟା ଘଣ୍ଟା ଧରି ଗର୍ଭବତୀ ଜଣଙ୍କ ଡାକ୍ତରଖାନା ଵାରେଣ୍ଡା ରେ ପ୍ରସବ ଜନିତ ବେଦନା ରେ ଛଟପଟ ହୋଇଥିଲେ । ଖାଲି ଏତିକି ରେ ସରି ନଥିଲା ତାଙ୍କ ଦୁଃଖ। କଟକ ନେବାକୁ ୧୦୨ ଆମ୍ବୁଲାନ୍ସ ବୁକ୍ କରାଯାଇଥିଲେ ମଧ୍ୟ ଆଟେଣ୍ଡଟାନ୍ଟ ନଥିବା ଆଳ ଦେଖାଇ ଡ୍ରାଇଭର ଜଣକ ରୋଗୀଙ୍କୁ ନେବାକୁ ମନା କରିଦେଇଥିଲେ। ତେବେ ଶେଷରେ କିଛି ସାମ୍ବାଦିକ ଓ ମେ ଆଇ ହେଲ୍ପ ୟୁ କର୍ମଚାରୀ ଙ୍କ ହସ୍ତକ୍ଷେପ ପରେ ୧୦୨ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ମାତୃ ଶିଶୁଙ୍କ ଚିକିତ୍ସା ପାଇଁ ସରକାର ଭିତ୍ତିଭୂମି ଯୋଗାଇ ଦେଉଛନ୍ତି ସତ କିନ୍ତୁ ବାସ୍ତବ ରେ ରୋଗୀଙ୍କୁ କିଭଳି ସେବା ମିଳୁଛି ଏହି ଘଟଣା ତାହାର ଏକ ଉଦାହରଣ ବୋଲି କହିଲେ ଭୁଲ୍ ହେବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.