ରାଜଧାନୀରେ ସାବାଡ଼ ହେବେ ଅମାନିଆ, ବିଭିନ୍ନ ସ୍ଥାନରେ ବୁଲିବ ପିସିଆର ଭ୍ୟାନ୍‌

କେନ୍ୟୁଜ୍(ବ୍ୟୁରୋ):  ସାବାଡ୍‌ ହେବେ ଅମାନିଆ। ଆଗାମୀ ଦିନରେ ଆହୁରି ଜୋରଦାର ହେବ ପୋଲିସ ପାଟ୍ରୋଲିଂ। ରାଜଧାନୀର ବିଭିନ୍ନ ସ୍ଥାନରେ ବୁଲିବ ପିସିଆର ଭ୍ୟାନ୍‌। କରୋନା କଟକଣା ଉଲଘଂନ କରୁଥିବା ନଜର ଆସିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଗକୁ କରୋନାର ତୃତୀୟ ଲହର ଆସୁଥିବାରୁ କମିଶନରେଟ୍‌ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଡିସନାଲ ଡିସିପି, ସମସ୍ତ ଜୋନ୍‌ ଏସିପି ଓ ବିଭିନ୍ନ ଥାନାର ଆଇଆଇସି ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.