Below header

ସରୋଗେସି ଉପାୟରେ ଜନ୍ମ ହୁଅନ୍ତି ହଜାର ହଜାର ପିଲା, ପିଲାଙ୍କ ଦାମ ରହିଛି ୪୦ ରୁ ୪୨ ଲକ୍ଷ ଟଙ୍କା

ମାତୃତ୍ୱ ଲାଭ କରିବା ସବୁ ମହିଳାଙ୍କ ସ୍ୱପ୍ନ । ମହିଳାଙ୍କ ଜୀବନରେ ଏହା ସବୁଠୁ ସୁଖ ବା ଆନନ୍ଦ ପ୍ରଦାନ କରିଥାଏ । କିନ୍ତୁ କିଛି ସମୟରେ ଶରୀରରେ ଏମିତି ସମସ୍ୟା ଦେଖାଦିଏ ଯାହାଦ୍ୱାରା ମହିଳା ମାନେ ଏହି ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଅର୍ଥାତ ଏହି କାରଣରୁ ମହିଳା ଗର୍ଭ ଧାରଣ କରି ପାରନ୍ତି ନାହିଁ । ଯାହା ଦ୍ୱାରା ମାତା ପିତା ହେବାର ସ୍ୱପ୍ନ ଅଧୁରା ରହିଥାଏ ।

ସରୋଗେସୀ ଏକ ଏମିତି ଉପାୟ ଯାହାଦ୍ୱାରା ସ୍ୱାମୀ ସ୍ତ୍ରୀ ନିଜ ପିଲାକୁ ସହଜରେ ଜନ୍ମ କାରିପାରିବେ । ଆଜିକାଲିର ଅତ୍ୟାଧୁନିକ ବ୍ୟବସ୍ଥାରେ ଏହି ଉପାୟ ଖୁବ ସଫଳତା ହାସଲ କରିଛି । ଏହି ଉପାୟରେ ୟୁକ୍ରେନ ଦେଶ ରହିଛି ସବୁଠୁ ଆଗରେ । ଏହାକୁ ଆପଣାଇ ଦେଶରେ ପିଲାଙ୍କ ଫ୍ୟାକ୍ଟ୍ରି କରାଯାଇଛି । ଯେଉଁଠୁ କେହି ବି ପିଲାଙ୍କୁ ଆଡପ୍ଟ କରିପାରିବେ ।

235236347
pc: aajtak

ୟୁକ୍ରେନରେ ସରୋଗେସି ଉପାୟକୁ ଆଇନତଃ ମଞ୍ଜୁରୀ ଦିଆଯାଇଛି । ଯାହାଦ୍ୱାରା ପ୍ରତିବର୍ଷ ହଜାର ହଜାର ଯୋଡା ସନ୍ତାନଙ୍କୁ ଜନ୍ମ କରାଯାଉଛି । ଏହି ଉପାୟ ଆପଣାଇ ୟୁକ୍ରେନରେ ପିଲାଙ୍କୁ ଜନ୍ମ କରାଯାଇ ତାଙ୍କ ପାଇଁ ଫ୍ୟାକଟ୍ରି ତିଆରି ହୋଇଛି । ଏହି ଖବର ଏବେ ସରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁମାନଙ୍କର ସନ୍ତାନ ପାଇଁ ସମସ୍ୟା ଦେଖାଯାଉଛି ସେମାନେ ଏହି ଫ୍ୟାକ୍ଟ୍ରିରୁ ପିଲାଙ୍କୁ ନେଇ ପାରିବେ । କିନ୍ତୁ ନିଜ ପିଲାକୁ ନେବା ସମୟରେ ଦମ୍ପତିଙ୍କୁ ୪୦ ରୁ ୪୨ ଲକ୍ଷ ଟଙ୍କା ଅର୍ଥ ରାଶି ଦେବାକୁ ପଡିଥାଏ । ଏହାପରେ ଡକ୍ୟୁମେଣ୍ଟ ର କାମ ସରିଥାଏ । ଆଇନତଃ ସେମାନେ ନିଜ ପିଲାକୁ ନେଇ ଯାଇଥାନ୍ତି ।

w23536437
pc: cnn

କିନ୍ତୁ ଏହି ସୁନ୍ଦର ଦେଶରେ ଏକ ଖରାପ କାମ ଏହା ରହିଛି ଯେ, ଏଠାରେ ସରୋଗେଟ ମାଆଙ୍କ ସହ ପଶୁଙ୍କ ଭଳି ବ୍ୟବହାର କରାଯାଏ । ସେମାନଙ୍କ ସହ ଯନ୍ତାରେ ବାନ୍ଧି ରଖିଲା ପଶୁଙ୍କ ଭଳି ପ୍ରଦର୍ଶନ କରାଯାଏ । ଯାହା ଅତ୍ୟନ୍ତ କଷ୍ଟ ଦାୟକ । ସୁସ୍ଥ ପରିବେଶରେ ସେମାନଙ୍କୁ ରଖାଯାଇନଥାଏ । ଶୌଚପାଇଁ ଖରାପ ପାଣିର ବ୍ୟବହାର କରିବାକୁ ପଡେ । ଏହି କାମ ପାଇଁ ତାଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କା ମିଳେ । କିନ୍ତୁ ସୁବିଧା ନାଁରେ ସରୋଗେସି ମହିଳାଙ୍କ ସହ ଖରାପ ବ୍ୟବହାର ପ୍ରଦର୍ଶନ କରିବା ଅତ୍ୟନ୍ତ ନିନ୍ଦନୀୟ ବିଷୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.