ଆହୁରୀ ସୁଦୃଢ ହେବ ବିଜୁ ମହିଳା ଜନତା ଦଳ, ରାଜ୍ୟସ୍ତରୀୟ ଉପଦେଷ୍ଟା ଭାବେ ୫ ଜଣଙ୍କୁ ନିଯୁକ୍ତି

କେନ୍ୟୁଜ୍(ବ୍ୟୁରୋ):  ବିଜୁ ମହିଳା ଜନତା ଦଳର ନୂତନ କାର୍ଯ୍ୟକର୍ତ୍ତା ନିଯୁକ୍ତ ହୋଇଛନ୍ତି । ରାଜ୍ୟସ୍ତରୀୟ ଉପଦେଷ୍ଟା ଭାବେ ୫ ଜଣଙ୍କୁ ନିଯୁକ୍ତି କରାଯାଇଛି । ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ,ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀଙ୍କୁ ଦାୟିତ୍ୱ ମିଳିଛି । ସେହିପରି ସୁଭାସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ ରାଜ୍ୟସ୍ତରୀୟ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି ।

ଦଳର ସାଧାରଣ ସମ୍ପାଦିକା ଭାବେ କସ୍ତୁରୀ ମହାପାତ୍ର ନିଯୁକ୍ତ ହୋଇଛନ୍ତି । ୭ ଜଣଙ୍କୁ ଜୋନ୍‌ ସଭାପତି ଭାବେ ନିଯୁକ୍ତି ମିଳିଥିବା ବେଳେ ବରିଷ୍ଠ ଉପ-ସଭାପତି ଭାବେ ୯ ଜଣଙ୍କୁ ଦାୟିତ୍ୱ ମିଳିଛି । ଉପସଭାପତି ଭାବେ ୨୭ ଜଣଙ୍କୁ ଦାୟିତ୍ୱ ମିଳିଛି । ସାଧାରଣ ସଚିବ ଭାବେ ୩୫ଜଣ,୩୬ ଜଣଙ୍କୁ ସଚିବ ଓ ଯୁଗ୍ମ ସଚିବ ଭାବେ ୨୮ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.