ସେପ୍ଟେମ୍ବର ମାସରେ ଲଞ୍ଚ ହେବ Maruti Suzuki Celerio , 5000 ଟଙ୍କାରେ କରିପାରିବେ ବୁକିଂ

ନୂଆ Maruti Suzuki Celerioର ଖୁବ ଶୀଘ୍ର ହେବ ବଜାର ପ୍ରବେଶ । ଏହାକୁ ଲଞ୍ଚ କରିବା ପାଇଁ କମ୍ପାନୀ ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରାଇଥିଲା । ଭାରତୀୟବ ବଜାରରେ ଏହା ଖୁବ ଶୀଘ୍ର ଲଞ୍ଚ ହେବ । ଏହାକୁ ନେଇ କିଛି ଡିଲରସିପ ପ୍ରି-ବୁକିଂ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଭିନ୍ନ ଭିନ୍ନ ସ୍ଥାନରେ ଗ୍ରାହକ ୫ ହଜାର ଟଙ୍କାରୁ ବୁକିଂ କରିପାରିବେ ।

ଗ୍ରାହକଙ୍କ ପସନ୍ଦକୁ ଧ୍ୟାନରେ ରଖି କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୫ ହଜାର ଟଙ୍କାରୁ ୧୧ ହଜାର ଟଙ୍କା ପର୍ଯ୍ୟନ୍ତ ଟୋକନ ଆମାଉଣ୍ଟ ବ୍ୟବସ୍ଥା ରହିବ । ଏହା ରିଫଣ୍ଡେବଲ ଆମାଉଣ୍ଟ ।ତେବେ ଏହା ସେପ୍ଟେମ୍ବର ମାସରେ ଲଞ୍ଚ ହେବାକୁ ଯାଉଛି । ଏହା ଗ୍ରାହକଙ୍କୁ ଖବୁ ପସନ୍ଦ ଆସିବ ବୋଲି ବିଶ୍ୱାସ ରହିଛି ।

ଏହି ଗାଡ଼ିରେ ସେଣ୍ଟର କନସୋଲ ରହିବା ସହ , ନୂଆ ଅପହୋଲଷ୍ଟ୍ରି, ଆପଲ କାରପ୍ଲେର ସ୍ମାର୍ଟପ୍ଲେ ଇନଫୋଟେନମେଣ୍ଟ ବ୍ୟବସ୍ଥା ରହିଛି । ଏହାବ୍ୟତିତ ମଲ୍ଟି ଫଙ୍କସନାଲ ଷ୍ଟିୟରିଂ ହ୍ୱିଲ , ମଲ୍ଟି ଇନଫୋର୍ମେଶନ, ଦୁଆଲ ଫ୍ରଣ୍ଟ ଏୟାରବ୍ୟାଗ , ରିଭର୍ସ ପାର୍କିଂ ଭଳି ଆଦି ଫିଚର୍ସ ରହିଛି । ଏହା 82 bhp ଏବଂ 113 Nmର ଟ୍ରାକ ଜେନେରେଟ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.