Below header

ଶୁଷ୍କ ଓଠ ଜନିତ ସମସ୍ୟାକୁ ଦୂର କରିବ ଏହି ସବୁ ଉପାୟ, ଜାଣନ୍ତୁ

ଋତୁକାଳୀନ ପରିବର୍ତ୍ତନରେ ଶରୀରର ସମସ୍ତ ଅଙ୍ଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଜଳବାୟୁ ପରିବର୍ତ୍ତନ ହେଲେ ଏହା ତ୍ୱଚା ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ । ଘରୋଇ ଉପଚାର କରୁଥିଲେ ମଧ୍ୟ ଏହାକୁ ପରିବର୍ତ୍ତନ କରାଯାଏ ।

ବିଶେଷ କରି ଥଣ୍ଡା ପାଗ ହେଲେ ଓଠ ଶୁଷ୍କ ହୋଇଯାଏ । ଏହା କାରଣରୁ ଓଠ ଫାଟିଥାଏ । ଏମିତିକି ଓଠରୁ ରକ୍ତ ମଧ୍ୟ ବାହାରେ । ଏହି ସମସ୍ୟା କାରଣରୁ ଅନେକ ଚିନ୍ତିତ ହୋଇପଡନ୍ତି । ତେବେ ଏବେ ବର୍ଷା ଋତୁ ଆରମ୍ଭ ହେଉଛି । ଏହି ସମୟରେ ମଧ୍ୟ ଅନେକ ଜଣକ ଓଠ ଫାଟିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ସମୟରେ ନିଜ ଓଠର ଯତ୍ନ କିପରି ନେଇ ପାରିବେ ସେ ସମ୍ପର୍କରେ କହିବୁ ।

– ସ୍କ୍ରବ ସାହାଯ୍ୟରେ ଆପଣ ନିଜ ଓଠକୁ ନରମ ରଖିପାରିବେ । ଏହାଦ୍ୱାରା ସ୍କିନରେ ଥିବା ଧୂଳି ଏବଂ ଡେଡ ସ୍କିନ ବାହାରି ଯାଇଥାଏ । ଏଥିପାଇଁ ଆପଣ ମହୁରେ ଚିନି ମିଶାଇ ହାଥରେ ଆରାମରେ ସ୍କବ କରିପାରିବେ ।

– ଶୋଇବା ପୂର୍ବରୁ ଆପଣ ନଡ଼ିଆ ତେଲରେ ଓଠକୁ ମାଲିସ କରିପାରିବେ । ଏହାଦ୍ୱାରା ଓଠରେ ବ୍ଲଡ ସର୍କୁଲେସନ ଠିକ ହୋଇଥାଏ ।

– ସକାଳ ସମୟରେ ଓଠ ସର୍ବଦା ଶୁଷ୍କ ରହିଥାଏ । ତେଣୁ ରାତିରେ ଶୋଇବା ପୂର୍ବରୁ ଆପଣ ଲିପ ବାମ ଲଗାଇ ଶୁଅନ୍ତୁ । ଏହାଦ୍ୱାରା ଓଠ ନରମ ରହିବ ।

– ହର୍ବାଲ ଲିପଷ୍ଟିକ ଲଗାଇବା ଦ୍ୱାରା ଏହା ଓଠରେ ଏକ ପରସ୍ତ ଆକାରରେ ରହିଥାଏ । ଏହାଦ୍ୱାରା ଯାହା ଧୂଳି ମଳିରୁ ରକ୍ଷା କରିଥାଏ । କିନ୍ତୁ ମନେ ରଖିବେ ଲିପଷ୍ଟିକ ଲଗାଇବା ପରେ ଏହାକୁ ସଫା କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ ।

ସବୁଠୁ ବଡ଼ କଥା ହେଉଛି ଶରୀରରେ ଜଳୀୟଅଂଶର ମାତ୍ରାକୁ କମାନ୍ତୁ ନାହିଁ । ଶରୀର ହାଇଡ୍ରେଟ ରହିଲେ ତ୍ୱଚା ଶୁଷ୍କ ରହିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.