Below header

୪ ମାସ ଧରି ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଦେଲେ ନାହିଁ କଣ୍ଟ୍ରୋଲ ଡିଲର, ଟେକିନେଇ ୩ କିଲୋମିଟର ବାଟ ଚଲାଇଲେ  ଲୋକେ

ସୋର(କେନ୍ୟୁଜ୍): କଣ୍ଟ୍ରୋଲ ଡିଲରର ମନମାନି । ୪ ମାସ ଧରି ହିତାଧିକାରୀଙ୍କୁ ରାସନ ସାମଗ୍ରୀ ନଦେବାରୁ ଡିଲରଙ୍କୁ ଗାଁରେ ଚଲାଇଲେ ଲୋକେ । ସରପଞ୍ଚ ସମେତ ଗ୍ରାମବାସୀ ଟେକିନେଇ ୩ କିଲୋମିଟର ବାଟ ଚଲାଇ ଚଲାଇ ନେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ୍‌ ଖୁଣ୍ଟା ଅଞ୍ଚଳରେ । ଖୁଣ୍ଟା ଅଞ୍ଚଳର କଣ୍ଟ୍ରୋଲ ଡିଲର ବିଜେନ୍ଦ୍ର ପ୍ରସାଦ ଦାସ ୪ ମାସ ହେବ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଦେଉନଥିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ଡିଲରଙ୍କୁ ୩ କି.ମି. ବାଟ ଚଲାଇଲେ ।

ପଞ୍ଚାୟତ ନିକଟକୁ ନେବା ସହ ଗ୍ରାମବାସୀ ଓ ସରପଞ୍ଚଙ୍କ ଉପସ୍ଥିତିରେ ଏସବୁ ଘଟଣା ହୋଇଛି । କାହିଁକି ୪ ମାସ ହେଲା ଡିଲର ରାସନ୍‌ ସାମଗ୍ରୀ ଦେଉ ନାହାନ୍ତି ପଚାରିଥିଲେ । ଆଗରୁ ମଧ୍ୟ ଡିଲର୍‌ ଜଣକ ଦୀର୍ଘ ଦିନ ଧରି ହିତାଧିକାରୀଙ୍କୁ ରାସନ ସାମଗ୍ରୀ ନଦେବାରୁ ଗ୍ରାମବାସୀ ମାନେ ଚଲାଇ ଚଲାଇ ଆଣିବା ସହ ଅଟକ ରଖିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.