ରାଜଧାନୀର କିଏ ହେବେ ଡେପୁଟି ମେୟର? ବିଜେଡି ମହଲରେ ଜୋରଦାର ଚର୍ଚ୍ଚା

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ପାଇଁ ନିର୍ବାଚନ । ରାଜଧାନୀର କିଏ ଡେପୁଟି ମେୟର ହେବେ ତାକୁ ନେଇ ବିଜେଡି ମହଲରେ ଜୋରଦାର ଚର୍ଚ୍ଚା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭୁବନେଶ୍ୱରରେ ଜଣେ ମହିଳା ମେୟର ନିର୍ବାଚିତ ହୋଇଛନ୍ତି । କିନ୍ତୁ ଡେପୁଟୀ ମେୟର ପଦବୀ କାହାକୁ ମିଳିବ।

ଭୁବନେଶ୍ୱରରେ ମହିଳା ମେୟର ଥିବାରୁ , ଡେପୁଟୀ ମେୟର ପଦ ପାଇଁ ଉଭୟ ପୁରୁଷ ଓ ମହିଳା କର୍ପୋରେଟର ଜୋରଦାର ଲବି ଚଳାଇଛନ୍ତି । ଡେପୁଟି ମେୟର ପଦ ପାଇଁ ଯେଉଁ ନାଁକୁ ନେଇ ଚର୍ଚ୍ଚା ଚାଲିଛି ସେମାନଙ୍କ ମଧ୍ୟରୁ ଅଛନ୍ତି ୱାର୍ଡ ନମ୍ବର ୮ର ଲାଲ୍‌ମୋହନ ଟୁଡୁ ଓ ୧୮ ନମ୍ବର ୱାର୍ଡର ବିପ୍ଲବ ବେହେରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.