Below header

ଓଡ଼ିଶା ବିଉଟି ଏକ୍‍ସପୋ ୨୦୨୨ର ବିଜୟିନୀ କିଟ୍‍ ଛାତ୍ରୀ ରିୟା ରୋଇନାଲ୍‍ଙ୍କୁ କରାଗଲା ସମ୍ବର୍ଦ୍ଧିତ

ଭୁବନେଶ୍ୱର(କେନ୍ୟୁଜ୍):   କିଟ୍‍ ଫେସନ୍‍ ସ୍କୁଲ୍‍ ଛାତ୍ରୀ ତଥା ଓଡ଼ିଶା ବିଉଟି ଏକ୍‍ସପୋ ୨୦୨୨ ବିଜୟିନୀ ରିୟା ରୋଇନାଲ୍‍ଙ୍କୁ କିଟ୍‍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ତାନିସ୍କ ଗୋଲ୍‍ଡ ପକ୍ଷରୁ ରିବାହ ବ୍ରାଇଡ୍‍ ଅଫ୍‍ ଓଡ଼ିଶାର ବ୍ରାଣ୍ଡ ଆମ୍ବାସାଡ଼ାର ଭାବେ ରିୟା ମନୋନୀତ ହୋଇଥିଲେ। ସେହିପରି ତିଆରା ମିସ୍‍ ଓଡ଼ିଶା ୨୦୨୧ ବିଜୟନୀ ଏବଂ ତିଆରା ମିସ୍‍ ଇଣ୍ଡିଆ ଏନ୍‍ଭିରନ୍‍ମେଣ୍ଟ ଆମ୍ବାସାଡ଼ାର ୨୦୨୧ ପ୍ରଥମ ରନର୍ସଅପ୍‍ କିଟ୍‍ ଫେସନ୍‍ ସ୍କୁଲ୍‍ ଛାତ୍ରୀ ରେବତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍କୁଲ୍‍ର ଛାତ୍ରୀ ପାର୍ନଶ୍ରୀ କୁଣ୍ଡୁ ମଞ୍ଜିଲ୍‍ ୨୦୨୧ରେ ଶ୍ରେଷ୍ଠ ସ୍ଥାନ ବଜାୟ ରଖିଥିବା ବେଳେ ଶୋଭା ଚୌଧୁରୀ ଦ୍ୱିତୀୟ ସ୍ଥାନ ଅର୍ଜନ କରିଥିଲେ।

ଭିଗୋର ୨୦୨୧ ବାର୍ଷିକ ଆନ୍ତଃ-ମହାବିଦ୍ୟାଳୟ ପ୍ରତିଯୋଗିତାର ମଣ୍ଡଳା ଆର୍ଟରେ ପ୍ରଥମ ସ୍ଥାନ ଅଧିକାର କରିଥିବା କିଟ୍‍ ଫେସନ ସ୍କୁଲ୍‍ ଛାତ୍ରୀ ଅଦିତୀ ସିଂହଙ୍କୁ ମଧ୍ୟ ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଗହଣରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପିକା ମୋନାଲିସା ଦାସ, ବିଶ୍ୱରଞ୍ଜିତା ମହାପାତ୍ର, ଅଧ୍ୟାପକ ବାଉରି ରାଉଳ, ସ୍କୁଲ୍‍ ଉପନିର୍ଦ୍ଦେଶିକା ଜିପ୍‍ସିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି ସଫଳତା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସଫଳ ଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏଭଳି ସଫଳତା ହାସଲ ଦିଗରେ ନିରବଚ୍ଛିନ୍ନ ପ୍ରୟାସ ନିମନ୍ତେ ସ୍କୁଲ୍‍ର ମହାନିର୍ଦ୍ଦେଶକ ହିମାଂଶ ଖଟୁଆଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.