ରିକ୍ସା ଉପରେ ଘାସ ବଗିଚା! ଗରମରୁ ରକ୍ଷା ପାଇବା ପାଇଁ ଡ୍ରାଇଭରଙ୍କ ନିଆରା କାମ; ଲୋକେ କରୁଛନ୍ତି ପ୍ରଶଂସା

ଇଣ୍ଟରନେଟ୍‌ରେ ଆମେ ନୂଆ ନୂଆ ଫଟୋ ଏବଂ ଭିଡିଓ ଦେଖିବାକୁ ପାଇଥାଉ। ବେଳେ ବେଳେ ଏହି ଫଟୋ ଓ ଭିଡିଓ ଏତେ ମାତ୍ରାରେ ଭାଇରାଲ ହୋଇଥାଏ ଯେ ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ରିକ୍ସା ବିଷୟରେ କହିବୁ, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଗରମରୁ ମୁକ୍ତି ପାଇବା ପାଇଁ ରିକ୍ସା ଚାଳକ ଏଥିରେ ଦେଶୀ ଯୋଗାଡ଼ ଆପଣାଇଛନ୍ତି।

ଏରିକ୍‌ ସୋଲହେମ୍‌ଙ୍କ ଦ୍ୱାରା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏହି ଫଟୋରେ ଡ୍ରାଇଭର ଜଣକ ନିଜ ରିକ୍ସାରେ ବସିଥିବାର ଦେଖା ଯାଉଛନ୍ତି। କିନ୍ତୁ ରିକ୍ସା ବିଲ୍‌କୁଲ ସେହିପରି ଦେଖାଯାଉ ନାହିଁ, ଯାହା ଆପଣ ପ୍ରତିଦିନ ରାସ୍ତାଘାଟରେ ଦେଖି ଥାଆନ୍ତି। ରିକ୍ସାଟି ଘାସ ଗାଲିଚାରେ ଛାଇ ଯାଇଛି। ଏହାର ଚାରିପାଖେ ଘାସ, ଛୋଟ ଛୋଟ ଗଛ ଲାଗିଥିବାର ଦେଖା ଯାଉଛି। ଫଟୋ ସେୟାର କରି କ୍ୟାପସନ ଲେଖା ଯାଇଛି, ‘ବ୍ୟକ୍ତି ଜଣକ ଗରମରୁ ରକ୍ଷା ପାଇବା ପାଇଁ ନିଜ ରିକ୍ସା ଉପରେ ଘାସ ଲଗାଇଛନ୍ତି। ବାସ୍ତବରେ, ଏହା ବହୁତ ଭଲ କାମ’।

ଫଟୋ ଭାଇରାଲ ହେବା ପରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଭାରତୀୟ ସବୁଠୁ ଇନୋଭେଟିଭ୍‌ ଲୋକଙ୍କ ମଧ୍ୟରୁ ଅନ୍ୟତମ। ଫରକ ଏତିକି ଯେ ଆମ ପ୍ରତିଭାମାନଙ୍କୁ ପ୍ରାୟତଃ ଚିହ୍ନାଯାଇ ନ ଥାଏ’। ଆଉ ଜଣେ ଲେଖିଛନ୍ତି, ‘ଆମକୁ ଏହିଭଳି ରିକ୍ସା ଦରକାର। ରାସ୍ତା, ଗଳିକନ୍ଦି ଏବଂ କଲୋନୀଗୁଡ଼ିକରେ ବି ଏମିତି ଦୃଶ୍ୟ ଦେଖାଯିବା ଉଚିତ। ଖରାଦିନେ ୫୦ ଡିଗ୍ରୀ ତାପମାତ୍ରା ଏବେ ନ୍ୟୁ ନର୍ମାଲ। ଏହାକୁ ରୋକିବା ପାଇଁ ଆମକୁ ବିଭିନ୍ନ ପ୍ରକାର ପଦକ୍ଷେପ ଉଠାଇବାର ଆବଶ୍ୟକତା ରହିଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.