Below header

ଇନଷ୍ଟା ରିଲ୍ସରୁ ହେଉଥିବା ରୋଜଗାର ଉପରେ କଟକଣା ଲାଗୁ କଲା Meta, ଭ୍ୟୁଜକୁ ନେଇ ନିର୍ଦ୍ଧାରିତ କଲା ନୂଆ ସୀମା

ଫଟୋ ସେୟାରିଂ ଆପ୍ ଇନଷ୍ଟାଗ୍ରାମ ରିଲସ୍ ଫିଚର ବହୁତ ଲୋକପ୍ରିୟ ହୋଇଗଲାଣି। ଖାସ୍‌ କରି ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରେ ୟୁଜର୍ସଙ୍କ ପାଇଁ Instagram Reels ଏକ ଭଲ ବିକଳ୍ପ ହୋଇଛି। ଏଠାରେ ୟୁଜର୍ସ ନିଜ ଭିଡିଓ ତିଆରି କରି ସେୟାର କରିପାରିବେ ଓ ଅନ୍ୟମାନଙ୍କ ଭିଡିଓ ମଧ୍ୟ ଦେଖିପାରିବେ।

ଟିକଟକ୍ ବ୍ଯାନ ହେବା ପରେ ଇନଷ୍ଟାଗ୍ରାମ ରିଲସ୍ ଫିଚର ଘୋଷଣା ହୋଇଥିଲା। ଏଥିରେ ଟିକଟକ୍ ଭଳି ଫିଚର ରହିଛି, ଯେଉଁଥିରେ ସର୍ଟ ଷ୍ଟାଇଲ ଭିଡିଓ କରାଯାଉଛି। ଏବେ ଡିଜିଟାଲ ଯୁଗରେ ସବୁ କାମ ଡିଜିଟାଲି ସମ୍ଭବ ହେଉଛି। ଏମିତିକି ଅନେକ ଲୋକ ଘରେ ବସି କେବଳ ଫୋନ ମାଧ୍ୟମରେ ଏବେ ଟଙ୍କା ରୋଜଗାର କରୁଛନ୍ତି। କିଛି ଜଣ ବ୍ଲଗିଂ କରି ତ ଅନ୍ୟ କିଏ ରିଲ୍ସ ତିଆରି କରି । ଆଜିକାଲି ପିଲାରୁ ବୁଢ଼ା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ନିଜ ନିଜ ରିଲ୍ସ ତିଆରି କରି ପୋଷ୍ଟ କରୁଛନ୍ତି। ଏଥିରୁ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି।

ରିଲ୍ସ ପାଇଁ ପପୁଲାର ଥିବା ଟିକଟକ ଆପ ବ୍ୟାନ ପରେ ଇନଷ୍ଟାରେ କିଛଇ ନୂଆ ଫିଚର୍ସ ଆଡ୍‌ ହେଲା ଯେଉଁଥିରେ ୟୁଜର୍ସ ଧିରେ ଧିରେ ରିଲ୍ସ କଲେ।ଟିକଟକ୍ ବନ୍ଦ ହେବା ପରେ ବହୁତ ଜଲଦି ଏହାର ବିକଳ୍ପ ଆପ୍‌ ବାହାରିଲା। ରିଲ୍ ଆସିବା ପରେ ମାର୍କେଟରେ ଅନେକ ସର୍ଟ ଭିଡିଓ ଆପ୍ସ ଆସିଥିଲା। ଯେଉଁଥିରେ ମେଟ୍ରୋନ, ରୋପୋସୋ, ଚିଙ୍ଗାରୀ ସହିତ ଅନ୍ଯ ସାମିଲ ରହିଛି। ଫେସବୁକର ଫଟୋ ସେୟାରିଂ ପ୍ଲାଟଫର୍ମ ଭାରତ ନୁହେଁ ବିଶ୍ବସ୍ତରରେ ବ୍ଯାପକ ଲୋକପ୍ରିୟତା ହାସିଲ କରିଛି। ମୌଜ , ସ୍ନାପଚାର୍ଟ ଭଳି ଆପ୍‌ ଏବେ ରିଲ୍ସ ପାଇଁ ଟ୍ରେଣ୍ଡ ପାଲଟିଛି । ତେବେ ଏହାରି ମଧ୍ୟରେ ୟୁଜର୍ସଙ୍କ ପାଇଁ ଏକ ଖରାପ ଖବର ଆସିଛି।

ମେଟା ଭର୍ସନ ନିଜ ଇନଷ୍ଟାଗ୍ରାମ ୟୁଜର୍ସଙ୍କୁ ଦେଇଛନ୍ତି ଏକ ବଡ଼ ଝଟକା। ରିଲ୍ସ ରୁ ହେଉଥିବା ଇନକମ ଉପରେ ଏବେ କମ୍ପାନୀ ରୋକ ଲଗାଇଛି।ଏବେ ଇନଷ୍ଟା କ୍ରିଏଟର୍ସଙ୍କ ଇନକମରୁ ୭୦% ପର୍ଯ୍ୟନ୍ତ କରାଯାଇଛି। ଏହାସହିତ କ୍ରିଏଟର୍ସଙ୍କୁ ଟାର୍ଗେଟ ମଧ୍ୟ ବଢ଼ାଇଦେଇଛି। ଏବେ ଏହି ୟୁଜର୍ସ ମନିଟାଇଜେସନ ପାଇଁ ଆବଶ୍ୟକ ଟାର୍ଗେଟ କୁ ବଢ଼ାଇ ଦେଇଛି। ସୂଚନା ଅନୁଯାୟୀ ଏବେ ଭୁଗତାନରେ ପ୍ରତି ଭ୍ୟୁରେ ୭୦% ପର୍ଯ୍ୟନ୍ତ କମାଇ ଦିଆଯାଇଛି। ଏମିିତିରେ ରିଲ୍ସରେ ଅଧିକ ଭ୍ୟୁଜର ଆବଶ୍ୟକତା ରହିଛି। ମାନେ ଅଧିକ ଟଙ୍କା ରୋଜଗାର ପାଇଁ ଏବେ ମିିଲିୟନସ୍‌ ଭ୍ୟୁଜ ଆଣିବାକୁ ହେବ। ଏଥିପାଇଁ ରିଲ୍ସ ପ୍ଲେ ବୋନସ୍‌ ପ୍ରୋଗାମ ମଧ୍ୟ ଆରମ୍ଭ ହୋଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.