ଯାଜପୁର ହରିଦାସପୁର PEO ସ୍ମିତାରାଣୀ ମୃତ୍ୟୁ ମାମଲା, ମାଟିରେ ମିଶିବ ବିବାଦୀୟ ରଙ୍ଗଶାଳା

ଯାଜପୁର: ମାଟିରେ ମିଶିବ ଧର୍ମଶାଳାର ବିବାଦୀୟ ରଙ୍ଗଶାଳା । ଏନେଇ ସ୍ଥାନୀୟ ପ୍ରଶାସନ ସେଠାରେ ପହଁଚିଛି । ଯାଜପୁର ଏଡିଏମ ଓ ତହସିଲାଦାର ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ଏହାକୁ ବିରୋଧ କରୁଛନ୍ତି ସ୍ଥାନୀୟ ସରପଞ୍ଚ ଓ ଗାଁ ଲୋକ । ପରିସ୍ଥିତିକୁ ନଜରରେ ରଖି ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ପହଁଚିଛି । ହରିଦାସପୁର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀଙ୍କ ଏହି ରଙ୍ଗଶାଳାରେ ମୃତ୍ୟୁ ହୋଇଥିଲା । ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରାଙ୍କ ମାଲିକାନାରେ ଏହି ରଙ୍ଗଶାଳା ଥିଲା । ମୃତ୍ୟୁରେ ରଙ୍ଗଶାଳାର ଲିଙ୍କ୍ ପରେ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି।

 

Leave A Reply

Your email address will not be published.