Below header

ଟାଇଗର ରିଜର୍ଭରେ ସଚିନ ତେନ୍ଦୁଲକର! ଭିଡିଓ ପୋଷ୍ଟ କରି ବଖାଣିଲେ ଅନୁଭୂତି

ଭାରତର ଖ୍ୟାତନାମା କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାଆନ୍ତି। ଏବେ ଏବେ ସଚିନ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ମହାରାଷ୍ଟ୍ରର ଚନ୍ଦ୍ରପୁର ଟାଇଗର ରିଜର୍ଭରେ ବୁଲୁଥିବାର ନଜର ଆସୁଛନ୍ତି।

s2

‘ଭାରତ ରତ୍ନ’ରେ ସମ୍ମାନିତ ଏହି ଏକମାତ୍ର କ୍ରିକେଟର କ୍ୟାପସନରେ ଲେଖିଛନ୍ତି ଯେ ‘ତଡୋବା ଅନ୍ଧାରୀ ଟାଇଗର ରିଜର୍ଭରେ ଯାତ୍ରା। ବହୁତ ଅଜବ ଲାଗିଥିଲା, ଯେତେବେଳେ ଏକ ବାଘୁଣୀକୁ ତା’ ଶାବକ ସହ ଖେଳୁଥିବାର ଦେଖିବାକୁ ମିଳିଥିଲା। ଏହି ଟାଇଗର ରିଜର୍ଭରେ ମୋର ବଢ଼ିଆ ଅନୁଭୂତି ରହିଥିଲା। ମୁଁ ତଡୋବାର ସମସ୍ତ ଷ୍ଟାଫ୍‌ଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏହି ଯାତ୍ରା ସ୍ମରଣୀୟ ହୋଇ ରହିବ’।

s3

ଭିଡିଓରେ ଦେଖାଯାଉଛି ଯେ ବାଘୁଣୀ ଓ ତା’ର ଶାବକ ଦୁହେଁ ପରସ୍ପର ସହ ଖେଳୁଛନ୍ତି। ଅନ୍ୟ ପଶୁମାନେ ମଧ୍ୟ ରାସ୍ତାରେ ନଜର ଆସୁଛନ୍ତି। ସଚିନଙ୍କର ଏହି ଭିଡିଓକୁ ୭.୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

s4

ଇନ୍‌ଷ୍ଟାଗ୍ରାମରେ ସଚିନ୍‌ ତେନ୍ଦୁଲକରଙ୍କର ୧.୯୫ କୋଟି ଫଲୋୟର୍ସ ଅଛନ୍ତି। ‘ଗାର୍ଡ ଅଫ୍‌ କ୍ରିକେଟ୍‌’ ନାଁରେ ଜଣାଣୁଣା ଏହି କ୍ରିକେଟର ସିଆଇଏସ୍‌ଏଫ୍‌ ଯବାନଙ୍କ ସହିତ ପୂର୍ବରୁ ଏକ ଫଟୋ ମଧ୍ୟ ଶେୟାର କରିଥିଲେ। ସେତେବେଳେ ସେ କ୍ୟାପସନ ଲେଖିଥିଲେ ଯେ ‘ସିଆଇଏସ୍‌ଏଫ୍‌ ଯବାନଙ୍କ ସହ ମିଶିବାରେ ସବୁବେଳେ ଗର୍ବ ଅନୁଭବ ହୋଇଥାଏ’। ଏଥିରେ ସଚିନ୍‌ ସେଲ୍ଫି ନେଉଥିବାର ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.