ପିଲାଙ୍କୁ ଆକୃଷ୍ଟ କରିବା ପାଇଁ କୋଚିଂ ସେଣ୍ଟର ଆପଣାଇଲା ଅଦ୍ଭୁତ ଉପାୟ : ଭାଇରାଲ ହେଉଛି ପାମ୍ଫଲେଟ୍‌

ଆମ ଦେଶରେ ପିଲାମାନଙ୍କୁ ଟ୍ୟୁସନ କରିବା ପାଇଁ ବିଭିନ୍ନ ପ୍ରକାର କୋଚିଂ ସେଣ୍ଟର ଖୋଲୁଛି। ଶିକ୍ଷା କ୍ଷେତ୍ରରେ ଏକ ପ୍ରକାର ପ୍ରତିଯୋଗିତା କରିବା ପାଇଁ କିଛି ଶିକ୍ଷାନୁଷ୍ଠାନ ଖୋଲି ବ୍ୟବସାୟ ହେଉଛି। ଛାତ୍ରଛାତ୍ରୀମାନଙ୍କୁ କୋଚିଂ ସେଣ୍ଟର ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଏବଂ ଡାଏଲଗ ମଧ୍ୟ ଆପଣାଉଛି କୋଚିଂ ସେଣ୍ଟର ମାଲିକ।

ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଏପରି ଏକ କୋଚିଂ ସେଣ୍ଟର ଏକ ପାମ୍ଫଲେଟ୍‌ ପ୍ରସ୍ତୁତ କରିଛି। ଯାହା ଏବେ ବେଶ୍‌ ଭାଇରାଲ ହୋଇଛି। ଏହି ଭାଇରାଲ ହୋଇଥିବା ପାମ୍ଫଲେଟ୍‌ରେ ଲେଖାଯାଇଛି, ଶହେ ଶହେ ରେ ନ ଆସିଲେ ଜୀଅନ୍ତା ଜାଳିଦେବ…’। ଏହି ପାମ୍ଫଲେଟଟି କରନ ଇନଷ୍ଟିଚ୍ୟୁଟ କୋଚିଂ ସେଣ୍ଟରର ରହିଛି। ରାଞ୍ଚିର ଲାଲପୁର ସ୍ଥିତି ଏହି କୋଚିଂ ସେଣ୍ଟର ଛାତ୍ରମାନଙ୍କୁ ଆଡମିସନ କରିବା ପାଇଁ ଏପରି ପାମ୍ଫଲେଟ୍‌ ପ୍ରସ୍ତୁତ କରିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.