ରାୟଗଡାରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ପିଅନ ଗିରଫ

ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ସହ ସିଆରପିସିର ୧୬୪ ଧାରାରେ ବୟାନ ରେକର୍ଡ କରାଯିବ। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପ୍ରଥମେ ଡଙ୍ଗାସିଲ ମେଡିକାଲ ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି ।

କେନ୍ୟୁଜ୍(ବ୍ୟୁରୋ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ଆବାସିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଅଭିଯୁକ୍ତ ପିଅନ ଗିରଫ । ଏହାସହ ୧୫ ଜଣଙ୍କୁ ଅଟକ ରଖିଛି ଦୋରାଗୁଡା ପୋଲିସ । ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ସହ ସିଆରପିସିର ୧୬୪ ଧାରାରେ ବୟାନ ରେକର୍ଡ କରାଯିବ। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପ୍ରଥମେ ଡଙ୍ଗାସିଲ ମେଡିକାଲ ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି ।

ଆଜି ତାଙ୍କର ଡାକ୍ତରୀ ମାଇନା କରାଯିବ। ସେପଟେ ଅଭିଯୁକ୍ତକୁ ସ୍କୁଲ କର୍ତ୍ତୃପକ୍ଷ ଲୁଚାଇ ରଖିଥିବା ବିରୋଧରେ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ପ୍ରଥମେ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ। ଏହାପରେ ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଛି। ଉତ୍ତେଜନା ଲାଗିରହିଥିବାରୁ ଘଟଣାସ୍ଥଳରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଭୟରେ ପୁରୁଶଷୂନ୍ୟ ହୋଇଯାଇଛି ଡଙ୍ଗାସିଲ ଅଞ୍ଚଳ। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.