Below header

ଚୋରି କରିବାକୁ ଘରେ ପଶି ଥିବାବେଳେ ଚୋରକୁ କାବୁ କଲେ ଲୋକେ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ଗାଁରେ ଚୋରି କରିବାକୁ ଘରେ ପଶି ଥିବାବେଳେ କାବୁ କଲେ ସ୍ଥାନୀୟ ଲୋକେ । ପରେ ପୋଲିସକୁ କଲେ ହସ୍ତାନ୍ତର । କମାରଯୋଡ଼ା ଅଂଚଳରେ କ୍ରମାଗତ ଭାବେ ଗାଡିରୁ ବ୍ଯାଟେରୀ , ତେଲ, ଓ ଘରୁ ବିଭିନ୍ନ ଜିନିଷ ପତ୍ର ଚୋରି ହେଉଥିଲା ।

ଗତକାଲି ୩ ଜଣ ଏହି ଅଂଚଳର ବିଭିନ୍ନ ସ୍ଥାନରେ ଚୋରି କରୁଥିବା ବେଳେ ଜଣଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକ। କିନ୍ତୁ ଅନ୍ୟମାନେ ଖସି ପଳାଇଥିଲେ। ପରେ ତାକୁ ଏକ ଗଛରେ ବାନ୍ଧି ରଖିଥିବାବେଳେ, ଆଜି ସକାଳୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ତା ନାଁ ଭଟଲି କାରୁଆ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.