Below header

ଲଞ୍ଚ ହେଲା Redmi Note 10 Pro Max, ଶସ୍ତା ଫୋନରେ ମିଳିବ ଜବରଦସ୍ତ କ୍ଯାମେରା

ଆଜି ଭାରତୀୟ ବଜାରରେ ଲଞ୍ଚ ହୋଇଛି Redmi Note 10 Pro Max । ଏହି ଫୋନରେ ୧୦୮ ଏମପି କ୍ଯାମେରା ରହିଛି। ଏହାର ଜବରଦସ୍ତ କ୍ଯାମେରା ସହିତ ଶସ୍ତା ହେବ ବୋଲି ମଧ୍ୟ ରହିଛି। ଏହି ଫୋନକୁ ସାଓମୀ ୱେବସାଇଟ, ଆମାଜନ ଏବଂ ମି ହୋମ ଷ୍ଟୋର୍ସରୁ କିଣିପାରିବେ। ଏଥିରେ ୧୬ ଏମପିର in-display selfie camera ରହିଛି।

ଫୋନରେ Dual Stereo Speakers ଦିଆଯାଇଛି। ଏବେ ଭିଡିଓ ଦେଖିବା ସମୟରେ ଶାନଦାର ସାଉଣ୍ଡ କ୍ବାଲିଟି ମିଳିବ। ଫୋନରେ ୫୦୨୦ mAh ବ୍ଯାଟେରୀ ରହିଛି। ଏହା ସହିତ ଫୋନରେ ଫାଷ୍ଟ ଚାର୍ଜିଂ ସିଷ୍ଟମ ଅପସନ ମଧ୍ୟ ଦିଆଯାଇଛି।

phone
photo credit: 91mobiles

Redmi Note 10 Pro Max ୬ ଜିବି, ୬୪ ଭାରିଅଣ୍ଟର ଦାମ୍ ୧୮,୯୯୯ ଟଙ୍କା ଏବଂ ୬ ଜିବି, ୧୨୮ ଜିବି ଭାରିଅଣ୍ଟର ଦାମ୍, ୧୯,୯୯୯ ଟଙ୍କା ରହିଛି। ସେହିଭଳି ୮ ଜିବି ଏବଂ ୧୨୮ ଜିବି ଭାରିଅଣ୍ଟର ଦାମ୍ ୨୧,୯୯୯ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.