Below header

ଲୁଟ୍ କରି ଖସି ପଳାଉଥିବା ଦୁଇ ଦୁର୍ବୃତ୍ତଙ୍କୁ ଧରି ବହେ ଛେଚିଲେ ଲୋକେ, ଶେଷରେ ଦେଲେ ପୋଲିସ୍ ଜିମାରେ

ଢେଙ୍କାନାଳ: ଫିଲ୍ମ ଷ୍ଟାଇଲରେ ଲୁଟୁଥିଲେ, ଲୋକଙ୍କ ହାତରେ ଧରାପଡିଲେ ବହେ ଛେଚା ଖାଇଲେ। ଶେଷରେ ଥାନାରେ ଜିମା ଦେଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜରଡ଼ା ଗାଁରେ। ଅଭିଯୋଗ ଅନୁଯାୟୀ, ଗଡପଳାଶୁଣି ଗାଁର ବିଶ୍ୱଜିତ ସାମଲ ନିଜ ସହଯୋଗୀଙ୍କ ସହ ବାଇକ୍‌ରେ କାମାକ୍ଷାନଗରରୁ ଗାଁକୁ ଫେରୁଥିବାବେଳେ ୪ଜଣ ଲୁଟେରା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରିଥିଲେ।

ଲୁଟେରାମାନେ ବିଶ୍ୱଜିତଙ୍କ ଠାରୁ ୨୦ହଜାର ଟଙ୍କା, ମୋବାଇଲ ଫୋନ୍‌ ଓ ମନିପର୍ସ ଲୁଟି ନେଇ ଚମ୍ପଟ ମାରିଥିଲେ। ତେବେ କିଛି ଯୁବକ ସେମାନଙ୍କୁ ଧରିବା ପାଇଁ ବାଇକରେ ପିଛା କରିଥିଲେ। ଶେଷରେ ୨ଜଣ ଦୁର୍ବୃତ୍ତଙ୍କୁ ଧରିଥିବାବେଳେ ଅନ୍ୟ ୨ଜଣ ଫେରାର ହୋଇଯାଇଥିଲେ। ଏହାପରେ ଧରାପଡିଥିବା ୨ଜଣଙ୍କୁ ବହେ ଛେଚି ପୋଲିସ ଜିମା ଦେଇଥିଲେ। ସେମାନଙ୍କ ନିକଟରୁ ବନ୍ଧୁକ ଓ ବାଇକ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.