ବଡ଼ ଭାଇ ୟୁସୁଫ୍‌ ପଠାନ୍‌ଙ୍କ ପରେ ଏବେ ଇରଫାନ ପଠାନ୍‌ କରୋନା ପଜିଟିଭ୍‌

କେନ୍ଯୁଜ୍: ବଡ଼ ଭାଇ ୟୁସୁଫ୍‌ ପଠାନ୍‌ଙ୍କ ପରେ ଏବେ ଇରଫାନ ପଠାନ୍‌ କରୋନା ପଜିଟିଭ୍‌ । ଏନେଇ ସେ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । କୌଣସି ଲକ୍ଷଣ ନଥାଇ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା କହିଛନ୍ତି । ଏବେ ସେ ଘରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇବା ପାଇଁ କହିଛନ୍ତି ଇରଫାନ୍‌ ।

 ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିବାକୁ ନିବେଦନ କରିଛନ୍ତି ଇରଫାନ୍‌ ପଠାନ୍‌ । ନିଟକରେ ଶେଷ ହୋଇଥିବା ରୋଡ୍‌ ସେଫ୍‌ଟି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିଲେ ଇରଫାନ୍‌ । ଏହି ସିରିଜ୍‌ରେ ସାମିଲ ହୋଇଥିବା ଚତୁର୍ଥ କ୍ରିକେଟର ଭାବେ ସେ ପଜିଟିଭ୍‌ ହୋଇଛନ୍ତି।  । ଶନିବାର ସଚିନ୍‌ ତେନ୍ଦୁଲକର ଓ ୟୁସୁଫ୍‌ ପଠାନ୍‌ କରୋନାରେ ଆକ୍ରାନ୍ତ ହୋଇଥିଲେ ଏହାପରେ ଏସ୍ ବଦ୍ରିନାଥ ଆକ୍ରାନ୍ତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.