ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୦ଟି ଆସନରେ ହେବ ମତଦାନ, ଆଜି ସଂଧ୍ୟାରେ ସରିବ ପ୍ରଚାର

କୋଲକତା: ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ପଶ୍ଚିମବଙ୍ଗର ୩୦ଟି ଆସନରେ ହେବ ମତଦାନ । ଏଥିପାଇଁ ଆଜି ସଂଧ୍ୟାରେ ସରିବ ପ୍ରଚାର । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦକ୍ଷିଣ ୨୪ ପ୍ରଗଣାର ୪ଟି, ପଶ୍ଚିମ ମେଦିନୀପୁରର ୯ଟି, ବାଙ୍କୁଡାର ୮ଟି ଓ ପୁର୍ବ ମେଦିନୀପୁରର ୯ଟି ଆସନରେ ହେବ ଭୋଟ । ବିଭିନ୍ନ ରାଜନୈତିକ ଦଳର ୧୭୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହେବ ।

ନନ୍ଦିଗ୍ରାମ ଆସନ ଉପରେ ରହିଛି ସମସ୍ତଙ୍କ ନଜର । ଟିଏମ୍‌ସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପିର ଶୁଭେନ୍ଦ ଅଧିକାରୀଙ୍କ ମଧ୍ୟରେ ମୁକାବିଲା ଉପରେ ରହିଛି ନଜର । ଗତକାଲି ନନ୍ଦିଗ୍ରାମର ବିଭିନ୍ନ ସ୍ଥାନରେ ମମତା ଓ ଶୁଭେନ୍ଦୁ ଅଧିକାରୀ କ୍ୟାମ୍ପେନ୍‌ କରିଛନ୍ତି । ବିଜେପି ନେତା ତଥା ଗୃହମନ୍ତ୍ରୀ ଆଜି ନନ୍ଦିଗ୍ରାମରେ ନିର୍ବାଚନୀ ସଭାରେ ଯୋଗ ଦେବେ । ସେହିପରି ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ରୋଡ ସୋ କରି ଶୁଭେନ୍ଦୁଙ୍କ ପାଇଁ ଭୋଟ ଭିକ୍ଷା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.