ପବିତ୍ର ସମ୍ପର୍କରେ ପାପର ଛିଟା, ପ୍ରେମ କରି ଗାଁରୁ ତଡା ଖାଇଲେ ଭାଇ ଭଉଣୀ

ଆନନ୍ଦପୁର (କେନ୍ଯୁଜ୍) : ପବିତ୍ର ସମ୍ପର୍କରେ ପାପର ଛିଟା । ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଅବୈଧ ପ୍ରେମ ସମ୍ପର୍କ । ଏପରି ନିଷିଦ୍ଧ ସମ୍ପର୍କ ପଦାକୁ ଆସିବା ପରେ ଗାଁରୁ ତଡା ଖାଇଲେ ପ୍ରେମୀ ଯୁଗଳ । ଘଟଣାଟି ଘଟିଛି ଆନନ୍ଦପୁର ଥାନା ବରଗୋଠ ଗାଁରେ । ସୂଚନା ଅନୁସାରେ ବଡ଼ବାପା ପୁଅ ଏବଂ ଦାଦା ଝିଅ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମସମ୍ପର୍କ ଥିଲା । ତେବେ ଶାରୀରିକ ସମ୍ପର୍କ ରଖିଥିବା ସମୟରେ ଭାଇ ଭଉଣୀଙ୍କୁ ଅନ୍ୟ ଜଣେ ମହିଳା ଦେଖିଦେଇଥିଲେ । ଘଟଣାଟି ପ୍ରଘଟ ହେବା ପରେ ଗାଁରୁ ସେମାନଙ୍କୁ ବାହାର କରିଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.