ନାହିଁ ଗୋଟେ ଗୋଡ, ତଥାପି ହାଇଜମ୍ପ କରି ଦୁନିଆକୁ କରିଦେଲେ ଆଶ୍ଚର୍ଯ୍ୟ

ସମସ୍ତଙ୍କ ଜୀବନରେ କିଛି ନା କିଛି ପରିସ୍ଥିତି ଆସିଥାଏ, ଯାହା ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦିଏ। ବେଳେ ବେଳେ ଜୀବନରେ ଏପରି କଷ୍ଟ ଆସିଥାଏ, ଯେଉଁଥିରୁ ବାହାରି ଆସିବାକୁ ଅନେକ ସମୟ ଲାଗିଥାଏ। ଏହିସବୁ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢିବା ହିଁ ବୁଦ୍ଧିମାନର କାମ ହୋଇଥାଏ। କିଛି ଲୋକଙ୍କ ଭାଗ୍ୟରେ ତ ଦୁନିଆର ସବୁ ଦୁଃଖ କଷ୍ଟ ଆସିଯାଏ। ଦୁଃଖ କଷ୍ଟରୁ ଆମେ ସମସ୍ତେ ଦୂରେଇ ରହିବାକୁ ଚାହୁଥିବା ବେଳେ କିଛି ଲୋକ ଦୁଃଖକୁ ନିଜର ତାକତ ବନାଇଦିଅନ୍ତି। ସୋସିଆଲ ମିଡିଆରେ ଏପରି ଜଣେ ଆଥଲେଟ୍‌ଙ୍କ ଭିଡିଓ ଭାଇରାଲ ହେଉଛି, ଯାହାଙ୍କର ଗୋଟେ ଗୋଡ ନାହିଁ। ତଥାପି ସେ ଗୋଟେ ଗୋଡରେ ଏପରି ଜମ୍ପ କରିଛନ୍ତି, ଯାହାକୁ ଦେଇ ସମଗ୍ର ବିଶ୍ୱ ଚକିତ ହୋଇପଡିଛି। ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ସ୍ରୋତ ବନିଯାଇଛନ୍ତି।


ଏହି ଭିଡିଓକୁ ସୁଶାନ୍ତ ନନ୍ଦା ଆଇଏଫ୍‌ଏସ୍‌ ଟ୍ଵିଟରରେ ସେୟାର କରିଛନ୍ତି। ଯେଉଁଥିରେ ଲେଖିଛନ୍ତି, ‘ ଏକ ସୁନ୍ଦର କାହାଣୀ ସେତେବେଳେ ହେବ, ଯେତେବେଳେ ଜଣେ ନିଜ ଅଭିଧାନରୁ ହାରିବା ଶବ୍ଦକୁ ସବୁଦିନ ପାଇଁ ଲିଭାଇଦେବ’। ଏହାକୁ ଅନେକ ଲୋକ ପ୍ରଶଂସା କରୁଛନ୍ତି। ଗୋଟେ ଗୋଟ ଥାଇ ଏତେ ଭଲ ହାଇଜମ୍ପ କରରୁଥିବା ଯୁବକଙ୍କ ପାଇଁ ସମଗ୍ର ଷ୍ଟାଡିୟମରେ ପ୍ରଶଂସା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.