Below header

ବିବାହ ପ୍ରତିଶ୍ରୁତି ଦେଇ ସହମତିରେ ଶାରୀରିକ ସମ୍ପର୍କ ଧର୍ଷଣ ନୁହେଁ, ଜାଣନ୍ତୁ ଏସମ୍ପର୍କିତ ହାଇକୋର୍ଟଙ୍କ ସାତୋଟି ପଏଣ୍ଟ

କେନ୍ୟୁଜ୍ (ବ୍ୟୁରୋ): ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଜଣେ ସାବାଳିକାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ ଧର୍ଷଣ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ। ଏକ ମାମଲାରେ ଜୟପୁର ଜି. ଅଚ୍ୟୁତ କୁମାରଙ୍କ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ ଗତ ୨୦୧୯ ମସିହା ନଭେମ୍ବର ୨୭ ତାରିଖରେ ପଟ୍ଟାଙ୍ଗୀ ଥାନାରେ ଜଣେ ୧୯ ବର୍ଷୀୟା ଯୁବତୀ ଜୟପୁରର ଜି. ଅଚ୍ୟୁତ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏନେଇ ଆଇପିସିର ଧାରା ୪୯୩, ୩୧୩, ୩୭୬ ଓ ଏସ୍‌ସି-ଏସ୍‌ଟି ଆକ୍ଟରେ ମାମଲା ରୁଜୁ ହୋଇଥିଲା । ବିବାହର ପ୍ରତିଶ୍ରୁତି ଦେଇ ଓ ସରଳତାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ସହ ଯୌନ ସଂପର୍କ ସ୍ଥାପନ କରିଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଏହି ମାମଲାରେ ଜୟପୁର ସେସନ୍‌ସ କୋର୍ଟ ଅଭିଯୁକ୍ତ ଜି. ଅଚ୍ୟୁତ କୁମାରଙ୍କ ଜାମିନ ଆବେଦନ ଖାରଜ କରିଦେଇଥିବା ବେଳେ ସେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ଏ କ୍ଷେତ୍ରରେ ପୀଡ଼ିତା ଜଣେ ସାବାଳିକା ଓ ସୁସ୍ଥ ମସ୍ତିଷ୍କର । ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସଂପର୍କର ପ୍ରଶ୍ନ ଉଠୁନଥିବା ଜଣାପଡୁଛି । ଏପରିକି ବିନା ପ୍ରତିଶ୍ରୁତିରେ ମଧ୍ୟ ସହମତିରେ ଯୌନ ସଂପର୍କ ଆଇପିସିର ଧାରା ୩୭୬ରେ ଦଣ୍ଡନୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ଦୁଷ୍କର୍ମ ସଂପର୍କରେ ଆଇପିସିର ଧାରା ୩୭୫ରେ ବିସ୍ତୃତ ବାଖ୍ୟା କରାଯାଇଛି । କେଉଁ ସାତୋଟି କ୍ଷେତ୍ରରେ ଦୁଷ୍କର୍ମ ଭାବେ ଧରାଯିବ ବୋଲି ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ।

  • ପୀଡ଼ିତାଙ୍କ ଇଚ୍ଛା ବିରୋଧରେ, ବିନା ସହମତିରେ, ହତ୍ୟା କିମ୍ବା ଆଘାତର ଭୟ ଦେଖାଇ ସହମତି ହାସଲ କରିଥିଲେ,
  • ଆଇନତଃ ପତ୍ନୀ ବୋଲି ଦର୍ଶାଇ ସଂପର୍କ ରଖିଲେ
  • ଯୁବତୀଙ୍କ ମାନସିକ ସ୍ଥିତି ଠିକ ନଥିଲେ କିମ୍ବା ନିଶାସକ୍ତ ଅବସ୍ଥାରେ ସହମତି ନେଇ ଥିଲେ ତାହା ଧର୍ଷଣ ବୋଲି ଧରାଯିବ ।
  • ସେହିପରି ୧୮ ବର୍ଷ ବୟସ ତଳର ବାଳିକାଙ୍କ ସହ ସହମତିରେ ସଂପର୍କ କିମ୍ବା ସହମତି ଦେବା ପାଇଁ ଅସମର୍ଥ ହୋଇଥିଲେ ତାହା ବଳାତ୍କାର ବା ଧର୍ଷଣ ଭାବେ ବିବେଚିତ ହେବ ।

ଏହି ମାମଲାର ଶୁଣାଣି ବେଳେ ବିଭିନ୍ନ ରାଜ୍ୟ ହାଇକୋର୍ଟ ଓ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ନିର୍ଦ୍ଦେଶନାମା ସଂପର୍କରେ ଖଣ୍ଡପୀଠ ଦର୍ଶାଇବା ସହ କୋରାପୁଟ ଜିଲ୍ଲା ଓ ଦୌରାଜଜ ଦେଇଥିବା ରାୟ ଠିକ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.