ନିଜକୁ ମାନସିକ ଏବଂ ଶାରୀରିକ ସ୍ତରରେ ଫୂର୍ତ୍ତି ରଖିବା ପାଇଁ ଯୋଗ କରୁଛନ୍ତି ରାମନଗୁଡା ବ୍ଲକର କ୍ୱାରେଣ୍ଟାଇନରେ ଥିବା ପ୍ରବାସୀ

କ୍ୱାରେଣ୍ଟାଇନ ସେଣ୍ଟରରେ ରହିବା ପରେ କେଉଁଠି ପ୍ରବାସୀ ମାନେ ଖାଇବାକୁ ନେଇ ଗଣ୍ଡଗୋଳ କରୁଥିବା ଦେଖିବାକୁ ମିଳୁଛି ତ ଆଉ କେଉଁଠି ସ୍କୁଲ ବଗିଚା ପରିସ୍କାର ପରିଚ୍ଛନ୍ନ ରଖୁଥିବାର ଦେଖାଯାଇଛି । କେବଳ ସେତିକି ନୁହେଁ କିଛି ସ୍ଥାନରେ ପ୍ରବାସୀ ବିଶୃଙ୍ଖଳିତ ଟିକଟକ ବନାଉଥିବା ଦୃଶ୍ୟ ମଧ୍ୟ ଆପଣ ନିଶ୍ଚୟ ଦେଖିଥିବେ କିନ୍ତୁ ରାୟଗଡା ଜିଲ୍ଲାର ରାମନାଗୁଡା ବ୍ଲକ କ୍ୱାରେଣ୍ଟାଇନ ସେଣ୍ଟରେ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି।

ramanguda

କରୋନାକୁ ନେଇ ସମଗ୍ର ବିଶ୍ବ ଆତଙ୍କିତ । ଏହି ସମୟରେ ରାଜ୍ୟ ବାହାରେ ବସବାସ କରୁଥିବା ପ୍ରବାସୀ ଓଡିଆଙ୍କ ଘର ବାହୁଡା ଓ ସେମାନଙ୍କ ଯତ୍ନ ନେଇ ରାଜ୍ୟ ସରକାର ବେଶ ସଚେତନ ଅଛନ୍ତି । ଦୀର୍ଘ ଦିନ କ୍ବାରେଣ୍ଟାଇନ କେନ୍ଦ୍ରରେ ରହିବା ସମୟରେ ସେମାନଙ୍କ ମାନସିକ ସନ୍ତୁଳନତା ରହିବା ଆବଶ୍ୟକ । ଏହାକୁ ଉପଲବ୍ଧି କରି ରାୟଗଡା ଜିଲ୍ଲାର ରାମନାଗୁଡା ବ୍ଳକର ପ୍ରଶାସନିକ ଅଧିକାରୀ ଦୁଇପାଦ ଆଗେଇ ଯାଇଛନ୍ତି । କ୍ବାରେଣ୍ଟାଇନରେ ଥିବା ଅନ୍ତେବାସୀଙ୍କୁ ଯୋଗ ଶିକ୍ଷା ଦେଇ ସେମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ମଜବୁତ କରୁଛନ୍ତି ।

raman

ଏଠାରେ ରହୁଥିବା ପ୍ରବାସୀ ପ୍ରତିଦିନ ସକାଳୁ ଉଠି ଯୋଗ କରିବା ଅଭ୍ୟାସରେ ପରିଣତ ହୋଇଗଲାଣି । ଏହି ପ୍ରକ୍ରିୟା ରେ ରାମନାଗୁଡା ବିଡିଓଙ୍କ ସହିତ ହାତ ମିଳାଇଛନ୍ତି ସରପଞ୍ଚ ଗମାଙ୍ଗ । ରାୟଗଡା ଜିଲ୍ଲାର କୁମ୍ଭିକୋଟା କ୍ବାରେଣ୍ଟାଇନ କେନ୍ଦ୍ରରେ ଅନ୍ତେବାସୀ ମାନେ ପରସ୍ପର ଭିତରେ ଏସିଡ ଢାଳିବା ଓ କେରେଡା କ୍ବାରେଣ୍ଟାଇନ କେନ୍ଦ୍ରରୁ ରାତାରାତି ଅନ୍ତେବାସୀମାନେ ଫେରାର ହୋଇଯିବା ପରେ ଅନ୍ତେବାସୀଙ୍କୁ ମାନସିକ ସ୍ତରରେ ଫୂର୍ତ୍ତିରେ ରଖିବା ପାଇଁ ଏହି ଅଭିନବ ଉପାୟ କରାଯାଇଛି ।

rr

କ୍ବାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କର ସାମାଜିକ ଦୂରତ୍ବ ରଖାଯିବା ସହିତ ସେମାନଙ୍କୁ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି । ଦିନକୁ ଦୁଇଥର ସେମାନଙ୍କୁ ଯୋଗ ଶିକ୍ଷା ଓ ବ୍ୟାୟାମ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଅନ୍ତେବାସୀମାନେ ଏଥିନେଇ ସନ୍ତୋଷ ପ୍ରକଟ କରିଛନ୍ତି । ଏହା ସେମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ବେଶ ସହାୟକ ହେବ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.