ଅଚାନକ ଧଳାରୁ ସବୁଜ ହେଲା ଆଣ୍ଟାର୍କଟିକାର ବରଫ ପାହାଡ଼, ବୈଜ୍ଞାନିକ ବି ଜାଣିପାରୁନାହାନ୍ତି କାରଣ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ସାରା ଦୁନିଆରେ ଦେଖିବାକୁ ମିଳୁଛି। ଆଣ୍ଟାର୍କଟିକା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଏଠାରେ ବରଫର ପାହାଡ଼ ରଙ୍ଗ ବଦଳାଉଥିବା ଦେଖାଯାଇଛି। ଆଣ୍ଟାର୍କଟିକାରେ ଏବେ ଧଳା ବରଫ ପାହାଡ଼ ସବୁଜ ରଙ୍ଗରେ ପରିବର୍ତ୍ତିତ ହେଉଥିବା ଦେଖିବାକୁ ମିଳିଛି।

Climate Change Is Turning Parts of Antarctica Green, But It's Not ...
ଆଣ୍ଟାର୍କଟିକାର ମନୋରମ ବରଫ ପର୍ବତ ଦେଖିଲେ ମନୋମୁଗ୍ଧ ହୋଇଯାଉଥିବା ବେଳେ ଏବେ ଏହାର ରଙ୍ଗ ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଣ୍ଟାର୍କଟିକାରେ ଏଭଳି ଅଚାନକ ତଥା ଅସ୍ୱାଭାବିକ ଗତିବିଧି ଦେଖି ବୈଜ୍ଞାନିକମାନେ ଚିନ୍ତିତ ହୋଇପଡ଼ିଛନ୍ତି।

ବୈଜ୍ଞାନିକଙ୍କ କହିବାନୁସାରେ ଏବେ ସାରା ଦୁନିଆରେ ଜଳବାୟୁ ପରିବର୍ତ୍ତନ ହେଉଛି। ଏହାର ପ୍ରଭାବ ଆଣ୍ଟାର୍କଟିକାରେ ମଧ୍ୟ ଦେଖିବାକୁ ମିଳିଛି। ବାୟୁମଣ୍ଡଳରେ ପରିବର୍ତ୍ତନ ଯୋଗୁ ଆଣ୍ଟାର୍କଟିକାରେ ମଧ୍ୟ ରଙ୍ଗ ବଦଳିଛି। ଏହି କାରଣରୁ ବରଫର ରଙ୍ଗ ଧଳାରୁ ସବୁଜ ହୋଇଯାଇଛି। ମହାକାଶରୁ ନିଆଯାଇଥିବା ଫଟୋରେ ମଧ୍ୟ ଏହା ସ୍ପଷ୍ଟ ଦୃଷ୍ଟିଗୋଚର ହେଉଛି।

Climate change turns Antarctica's snow green | Photos | The Weekly ...

ଏହି ରଙ୍ଗ ପରିବର୍ତ୍ତନର କାରଣ ଶୈବାଳ ବୋଲି କୁହାଯାଉଛି। ବୈଜ୍ଞାନିକଙ୍କ କହିବାନୁସାରେ ଆଣ୍ଟାର୍କଟିକାରେ ଦୀର୍ଘ ସମୟ ଧରି ଶୈବାଳ ରହିଛନ୍ତି। ବର୍ତ୍ତମାନ ଏମାନଙ୍କର ପରିମାଣ ବଢ଼ିଛି। ଫଳରେ ପାହାଡ଼ର ରଙ୍ଗ ବଦଳି ସବୁଜ ହୋଇଯାଇଛି।

ଆଉ ଏକ ରିପୋର୍ଟରେ ବୈଜ୍ଞାନିକ କହିଛନ୍ତି, ସେମାନେ ଏନେଇ ଯାଞ୍ଚ କରୁଛନ୍ତି ଯେ ଶୈବାଳ କେଉଁଠୁ ଆସୁଛନ୍ତି ଓ ଭବିଷ୍ୟତରେ ଏହା ଦ୍ରୁତଗତିରେ ବଢ଼ିବା ଆଶଙ୍କା କେତେ। ଅନ୍ୟପଟେ ଶୈବାଳମାନେ ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍‌କୁ ଶୋଷି ନେଇଥାନ୍ତି। ଶୈବାଳ ବଢ଼ିବାର ବଡ଼ କାରଣ ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ଅଙ୍ଗାରକାମ୍ଳ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.