ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା

ପୁରୀ(କେନ୍ୟୁଜ): ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ନେଇ ଥାନାରେ ଏତଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି.ଏସ୍‌ ଚନ୍ଦ୍ରଶେଖର ରାଓ ଏତଲା ଦେଇଛନ୍ତି ।

akash

ଆକାଶ ଚୌଧୁରୀ କେଉଁ ପରିସ୍ଥିତିରେ ଫେସବୁକ୍‌ରେ ଫଟୋ ଓ ଭିଡ଼ିଓ ଭାଇରାଲ କଲେ ସେନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାରେ ଉଲ୍ଲେଖ କରାଯାଇଛି। ଆକାଶ ଚୌଧୁରୀ ନାମକ ଜଣେ ଯୁବକଙ୍କ ଫେସବୁକ୍‌ ଆକାଉଣ୍ଟରେ ଗର୍ଭଗୃହ ଫଟୋ ଭାଇରାଲ ହୋଇଥିଲା। ଅପଲୋଡର କିଛି ସମୟ ପରେ ଫଟୋ ଡିଲିଟ୍‌ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.