ଫିଫା ବିଶ୍ୱକପ ୨୦୨୨ : ଉଦ୍‌ଘାଟନୀ ଉତ୍ସବରେ BTS ଷ୍ଟାର କରିବେ ଧମାଲ୍‌, ଦେଖିବାକୁ ମିଳିବ ନୋରାଙ୍କ ଡ୍ୟାନ୍ସ ଜଲଓ୍ଵା

ଦୁନିଆର ସବୁଠାରୁ ବଡ ଫୁଲବଲ ଟୁର୍ଣ୍ଣାମେଣ୍ଟ ଫିଫା ବିଶ୍ୱକପ ୨୦୨୨ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । କତାରର ଅଲ୍ ବାୟତ୍ ଷ୍ଟାଡିୟମରେ ଆୟୋଜକ ଦଳ ସହିତ ଇକ୍ବେଡ଼ରର ଉଦ୍‌ଘାଟନୀ ମୁକାବିଲା ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରେ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବ। ରାତି ସାଢେ ୯ଟାରେ ଏହି ମ୍ୟାଚ୍ ଖେଳାଯିବ। ଫିଫା ବିଶ୍ୱକପ ସିଧାପ୍ରସାରଣ ମ୍ୟାଚକୁ Sports 18, Jio cinemas ଆପଣ ଦେଖିପାରିବେ ।

ଉଦ୍‌ଘାଟନୀ ଉତ୍ସବରେ ଦକ୍ଷିଣ କୋରିଆର ରକ୍ ବ୍ୟାଣ୍ଡ୍ BTSର ୭ ସଦସ୍ୟଙ୍କ ମଧ୍ୟରୁ ଜଣେ ଜଙ୍ଗ କୁକ୍ ‘ଡ୍ରିମର୍ସ’ ଟ୍ରାକ୍ରେ ଗୀତ ପରିବେଷଣ କରିବେ। ଏହା ସହିତ ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହୀ ମଧ୍ୟ ବଲିଉଡ ଗୀତରେ ଡ୍ୟାନ୍ସ କରିବେ । ନୋରା ବିଶ୍ୱ ମଞ୍ଚରେ ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆକୁ ପ୍ରତିନିଧିତ୍ୱ କରିବାରେ ଏକମାତ୍ର ଅଭିନେତ୍ରୀ । ନୋରା ଫତେହୀ ମ୍ୟୁଜିକ ଭିଡିଓ ଶୋରେ ସାମିଲ ହୋଇ ଫିଫା ଫୁଟବଲ ବିଶ୍ୱକପରେ ପରଫର୍ମ କରିବେ। ସୂଚନା ମୁତାବକ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ମଧ୍ୟ କତାରରେ ହେବାକୁ ଥିବା ଫିଫା ବିଶ୍ବକପ୍ ଉଦ୍ଘାଟନୀ ଉତ୍ସବରେ ସାମିଲ ହେବେ।

ପ୍ରଥମ ଥର ପାଇଁ ଆରବ ଦେଶରେ ଫୁଟବଲ ବିଶ୍ୱକପ୍ ମ୍ୟାଚ ହେବ। ୩୨ଟି ଦଳକୁ ନେଇ ୫ଟି ସହରର ୮ଟି ଷ୍ଟାଡିୟମରେ ମ୍ୟାଚ୍ ଆୟୋଜିତ ହେବ । ଗ୍ରୁପ୍ ପର୍ଯ୍ୟାୟରେ ପ୍ରତିଦିନ ୪ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ନଭେମ୍ବର ୨୧ରୁ ଗ୍ରୁପ୍ ପର୍ଯ୍ୟାୟ ଆରମ୍ଭ ହୋଇ ଡିସେମ୍ବର ୨ ତାରିଖରେ ଶେଷ ହେବ । ଡିସେମ୍ବର ୩ ତାରିଖରୁ ରାଉଣ୍ଡ ୧୬ ଆରମ୍ଭ ହେବ । ଡିସେ ମ୍ବର ୭ ଓ ୮ ତାରିଖ ଦୁଇ ଦିନ ବିଶ୍ରାମ ଦିବସ । ଏହାପରେ ଡିସେମ୍ବର ୯ ଓ ୧୦ ତାରିଖରେ କ୍ୱାର୍ଟର ଫାଇନାଲ ଏବଂ ୧୧ ଓ ୧୨ ତାରିଖ ବିଶ୍ରାମ ପରେ ୧୩ ଓ ୧୪ ତାରିଖରେ ସେମି ଫାଇନାଲ୍ ଖେଳାଯିବ । ୧୯୩୦ରୁ ଆରମ୍ଭ ହୋଇଥିବା ଫୁଟବଲ ବିଶ୍ୱକପରେ ଏପର୍ଯ୍ୟନ୍ତ ୨୫୦୦ରୁ ଅଧିକ ଗୋଲ୍ ହୋଇସାରିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ କାତର ସହିତ ଇକ୍ୱାଡୋର ମଧ୍ୟରେ ରହିଛି। ଆଉ ଦ୍ୱିତୀୟ ମ୍ୟାଚରେ ସାମ୍ନାସାମ୍ନି ହେବେ ଇଂଲଣ୍ଡ ଏବଂ ଇରାନ । ଡିସେମ୍ବର ୩ ତାରିଖରୁ ନକ୍ଆଉଟ୍ ପର୍ଯ୍ୟାୟ ଆରମ୍ଭ ହୋଇ ୧୮ ତାରିଖରେ ଫାଇନାଲ୍ ଅନୁଷ୍ଠିତ ହେବ।

୨୯ ଦିନିଆ ଏହି ଫୁଟ୍ବଲ୍ ମହାକୁମ୍ଭରେ ମୋଟ ୬୪ ମ୍ୟାଚ୍ ଖେଳାଯିବା ପରେ ବିଶ୍ବ ବିଜେତା ନିର୍ଣ୍ଣୟ ହେବ। ଚଳିତ ବର୍ଷ ବିଶ୍ବକପ୍ ୮ ଷ୍ଟାଡିୟମ୍ରେ ଖେଳାଯିବ। ଲୁସିଆଲ୍ ଆଇକନିକ୍ ଷ୍ଟାଡିୟମ୍, ଅଲ୍ ବାୟତ୍ ଷ୍ଟାଡିୟମ୍, ଷ୍ଟାଡିୟମ୍ ୯୭୪, ଅଲ୍ ଥୁମାମା ଷ୍ଟାଡିୟମ୍, ଖଲିଫା ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍, ଏଜୁକେସନ୍ ସିଟି ଷ୍ଟାଡିୟମ୍, ଅହମ୍ମଦ ବିନ୍ ଅଲୀ ଷ୍ଟାଡିୟମ୍, ଅଲ୍ ଜାନବ ଷ୍ଟାଡିୟମରେ ମ୍ୟାଚ୍ଗୁଡ଼ିକ ଖେଳାଯିବ।

ଫିଫା ବିଶ୍ୱକପ୍‌ ୨୦୨୨:

ଗ୍ରୁପ A : କତାର, ଇକ୍ୱେଡର, ସିନେଗାଲ, ନେଦରଲ୍ୟାଣ୍ଡସ

ଗ୍ରୁପ B : ଇଂଲଣ୍ଡ, ଇରାନ, ଆମେରିକା, େଓ୍ଵଲସ

ଗ୍ରୁପ C : ଆର୍ଜେଣ୍ଟିନା, ସାଉଦି ଆରବ, ମେସ୍କିକୋ, ପୋଲାଣ୍ଡ

ଗ୍ରୁପ D : ଫ୍ରାନ୍ସ, ଅଷ୍ଟ୍ରେଲିଆ, ଡେନମାର୍କ, ଟ୍ୟୁନିସିଆ

ଗ୍ରୁପ E : ସ୍ପେନ, କୋଷ୍ଟାରିକା, ଜର୍ମାନୀ, ଜାପାନ

ଗ୍ରୁପ F : ବେଲଜିୟମ, କାନାଡା, ମରକ୍କୋ, କ୍ରୋଏସିଆ

ଗ୍ରୁପ G : ବ୍ରାଜିଲ, ସର୍ବିୟା, ସ୍ୱିଜରଲ୍ୟାଣ୍ଡ, କେମରୁନ୍‌

ଗ୍ରୁପ H : ପର୍ତ୍ତୁଗାଲ, ଘାନା, ଉରୁଗୁଏ, କୋରିଆ ରିପବ୍ଲିକ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.