Below header

ଶିକ୍ଷକଙ୍କୁ ମହଙ୍ଗା ପଡିଲା ମଦ ପିଇ ରାସ୍ତାରେ ଗଡିବା, ଭିଡିଓ ଭାଇରାଲ ପରେ ଚାକିରିରୁ ହେଲେ ନିଲମ୍ବିତ

ପାଟଣାଗଡ(କେନ୍ୟୁଜ): ଶିକ୍ଷକଙ୍କୁ ମହାଙ୍ଗା ପଡିଲା ମଦ ପିଇବା । କଡା କାର୍ଯ୍ୟାନୁଷ୍ଠାନ ନେଲା ଜିଲ୍ଲା ପ୍ରଶାସନ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ୍ କେରବେଡା ପଞ୍ଚାୟତ ବଳିଆଭଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଘଟଣା।

ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ଖଗେଶ୍ୱର ବାରଲେବିଡ଼ିଆ ମଦ ପିଇ ରାସ୍ତାରେ ଗଡୁଥିବାର ଏକ ଭିଡିଓ ଭାଇରାଲ ହୋଥିଲା । ଯେଉଁ ଭିଡିଓ ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ଓ ଜିଲ୍ଲାଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ପାଟଣାଗଡ ବ୍ଲକ ଶିକ୍ଷା ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.